ଗୁରୁବାର ରାଶିଫଳ (୧୬.୦୨.୨୦୨୩) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Feb 16, 2023 Share ମେଷ : ଭାଗ୍ୟଶାଳୀ ହେବେ। ଭୋଗୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ଆଜି ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସତର୍କତାର ଦିନ ଆଜି। ମିଥୁନ : ଉତ୍ସର୍ଗୀକୃତ ମନୋଭାବ ନେଇ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଧୈର୍ଯ୍ୟବାନ୍ ହୋଇପାରନ୍ତି। ମନରେ ଥିବା ଅହଂଭାବକୁ ସମର୍ପି ଦେବେ। କର୍କଟ : ଆୟୁଷ୍ମାନ୍ ହେବେ। ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଭାବ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାଭାଜନ ହେବେ। ସରକାରଙ୍କ ବିରୋଧୀ ହୋଇପାରନ୍ତି। ସିଂହ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ସୂତ୍ରରୁ ପ୍ରବାହିତ ହେବାର ସୂଚନା ମିଳୁଛି। ଲଟେରି ଉଠାଣ ସପକ୍ଷରେ ଯାଇପାରେ। କନ୍ୟା : ଉଦାର ପ୍ରକୃତିର ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସଞ୍ଚାୟ ବଢ଼ାଇବେ। କୃଷି କର୍ମକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। Related Posts ୧୪ ତାରିଖ ଯାଏଁ ୧୦ ଜିଲାରେ ଘନ କୁହୁଡି… Jan 11, 2025 ଚିତାବାଘ ଦେଇ ପାରିବ ୱାର୍କ ଫ୍ରମ୍ ହୋମ୍… Jan 11, 2025 ତୁଳା : ଈଶ୍ବର ବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା କୋମଳ ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ଥଣ୍ଡାକଫଜନିତ କ୍ଳେଶ ଅନୁଭବ କରିପାରନ୍ତି। ଅନୁଜମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ବିଛା : ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ୍ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନୁ : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ମକର : ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି । ଏକାନ୍ତରେ ସାଧନାରତ ହୋଇ ସିଦ୍ଧିପ୍ରାପ୍ତର ଆଶାପୋଷଣ କରିବେ। ଧାର୍ମିକ ପ୍ରକୃତିର ହେବେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି। କୁମ୍ଭ : ଆୟୁଷ୍ମାନ୍ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଦୈବୀ ଶକ୍ତିସମ୍ପନ୍ନା କନ୍ୟା ପାଇଁ ଗର୍ବିତ ହେବେ। ବହୁବିଦ୍ୟାରେ ଜ୍ଞାନୀ ହେବେ। ମୀନ : କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ପ୍ରଫୁଲ୍ଲିତ ହେବେ। ପରିବାର ପ୍ରତି ସ୍ନେହଭାବ ରହିବ। Share FacebookTwitterWhatsApp
Comments are closed.