ସତ୍ୟବାଦୀ ମହୋତ୍ସବ-୨୦୨୩ ଉଦଯାପିତ

ସାକ୍ଷୀଗୋପାଳ : ସ୍ଥାନୀୟ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ୩ ଦିନ ବ୍ୟାପି ସପ୍ତମ ସତ୍ୟବାଦୀ ମହୋତ୍ସବ ୨୦୨୩ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ  କୁମାର ଷଡ଼ଙ୍ଗୀ ଓ ବିଜେପି ନେତା ଓମ ପ୍ରକାଶ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ମହୋତ୍ସବ  କମିଟି ପକ୍ଷରୁ ମଞ୍ଚରେ ଉପସ୍ଥିତ ଥିବା ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନେ ମଞ୍ଚରେ ଠାକୁରଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ପ୍ରଦାନ ପରେ ଅନୁଷ୍ଠାନିକ ଭାବେ ଉଦଯାପନୀ ଉତ୍ସବ  ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ସତ୍ୟବାଦୀ ମହୋତ୍ସବ ସମ୍ମାନ ସ୍ବର୍ଗତ ପ୍ରଫୁଲ୍ଲ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କ ପରିବାର ସଦସ୍ୟ ଏହି ସମ୍ମାନ ଗ୍ରହଣ କରିଥିଲେ। ଡକ୍ଟର ଅଭିମନ୍ୟୁ ବରାଳଙ୍କୁ ସତ୍ୟବାଦୀ ସାରସ୍ୱତ ସମ୍ମାନ ପ୍ରଦାନ କରା ଯାଇଥିଲା। ଅନୁଷ୍ଠାନର ମୁଖପତ୍ର  ତମାଳ ଉନ୍ମୋଚନ ହୋଇଥିଲା। ବଲିଉଡ କଣ୍ଠଶିଳ୍ପୀ ସାରିକା ସିଂହଙ୍କ ଦ୍ୱାରା ସମ୍ବଲପୁରୀ ଗୀତ ରଙ୍ଗବତୀର ତାଳେ ତାଳେ ଦର୍ଶକ ମାନେ ମତୁଆଲା ହୋଇ ଉଠିଥିଲେ।
prayash
କମିଟି ପକ୍ଷରୁ  ଅନୁଷ୍ଠିତ  ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ଓ ଅନୁଷ୍ଠାନକୁ ଉପସ୍ଥିତ ଅତିଥି ମନେ ପୁରସ୍କାର  ଓ ମାନପତ୍ର ପ୍ରଦାନ କରିଥିଲେ । ସେଣ୍ଟ ଜାଭିୟର ସ୍କୁଲ ସାକ୍ଷୀଗୋପାଳ, ଆଦର୍ଶ ବିଦ୍ୟାଳୟ ସାକ୍ଷୀଗୋପାଳ, ରୋଜାଲିନୀ ସୁନ୍ଦରରାୟଙ୍କ ଓଡିଶୀ, ପୂର୍ବାଞ୍ଚଳ  ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ପୁରୁଲିୟା ଛଉ ନୃତ୍ୟ, ଆସାମର ବିହୁ, ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।
ସଭାପତି ଜାନକୀ ବଲ୍ଲଭ  ମିଶ୍ର ଓ ସମ୍ପାଦକ ଜାନକୀ ବଲ୍ଲଭ  ବରାଳ  ତିନି ଦିନ ଧରି  କାର୍ଯ୍ୟକ୍ରମର  ସଫଳତା ସହ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସରକାରୀ ବିଭାଗର ଅଧିକାରୀ, ଅନୁଷ୍ଠାନ,ବ୍ୟକ୍ତି  ବିଶେଷ ଓ ସତ୍ୟବାଦୀବାସୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ସମ୍ପାଦକ ବଦ୍ରି ନାରାୟଣ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଞ୍ଜନ କୁମାର ହୋତା  କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Comments are closed.