ଦୁଇ ଦିନରେ ୧୦ ଲକ୍ଷ ସୁକନ୍ୟା ସମୃଦ୍ଧି ଖାତା
ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଦ୍ୱାରା ଦୁଇ ଦିନ ମଧ୍ୟରେ ଦେଶରେ ୧୦ ଲକ୍ଷ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଛି। ସାଧାରଣତଃ ପ୍ରତିବର୍ଷ ଡାକ ବିଭାଗ ଦ୍ୱାରା ହାରାହାରି ୩୩ ଲକ୍ଷ ସୁକନ୍ୟା ସଂମୃଦ୍ଧି ଖାତା ଖୋଲାଯାଇଥାଏ। ବିଗତ ଆଠ ବର୍ଷ ମଧ୍ୟରେ ସମୁଦାୟ ୨.୭ କୋଟି ସୁକନ୍ୟା ସମୃଦ୍ଧି ଖାତା ଖୋଲାଯାଇଥିଲା। କେନ୍ଦ୍ର ସଞ୍ଚାର ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ୟମ କ୍ରମେ ଚଳିତ ମାସ ୧ରୁ ୮ ତାରିଖ ମଧ୍ୟରେ ଦେଶରେ ସୁକନ୍ୟା ସଂମୃଦ୍ଧି ଖାତା ଖୋଲିବାକୁ ସ୍ୱତନ୍ତ୍ର ଅଭିଯାନ ହୋଇଥିଲା। ଅଭିଯାନ ମାଧ୍ୟମରେ ୭.୫ ଲକ୍ଷ ସୁକନ୍ୟା ସମୃଦ୍ଧି ଖାତା ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିଲା। ଦେଶର ଏକ ଲକ୍ଷ ଡାକଘର ମାଧ୍ୟମରେ ଫ୍ରେବୃଆରୀ ୯ ଓ ୧୦ ତାରିଖରେ ସମୁଦାୟ ୧୦.୯୦,୦୦୦ ସୁକନ୍ୟା ସମୃଦ୍ଧି ଖାତା ଖୋଲାଯାଇଛି।
Comments are closed.