ବାଲି ଚୋରି ରୋକିବାକୁ ରାସ୍ତାରେ ଖାଇ ଖୋଳିଲା ତହସିଲ ପ୍ରଶାସନ
ପାଟଣା: ପାଟଣା ତହସିଲ ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତ ରେ ଘାଟ ନଥିବା ବାଲି ଉତ୍ସ ଗୁଡିକରେ ରାତିରେ ବାଲି ଚୋରି ହେଉଥିବା ଅଭିଯୋଗ ହେଉଥିଲା। ବୈତରଣୀ ନଦୀ ଅଙ୍କୁରା, ଝପାସାହି ଘାଟ ଓ କାନିଝରୀ ନଦୀଉତ୍ସ ଗୁଡିକରେ କ୍ରମାଗତ ରାତ୍ରି କାଳୀନ ବାଲିଚୋରି ବୃଦ୍ଧି ପାଇ ଆସୁଥିବା ସ୍ଥାନୀୟ ଲୋକମାନେ ଦାବି କରୁଥିଲେ। ଏହାର ସତ୍ୟାସତ୍ୟ ଜାଣିବା ପରେ ଶନିବାର ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ ଓ ରାଜସ୍ବ ସୁପରଭାଇଜର ବନମାଳୀ ନାଏକ ଏହି ୩ଟି ଯାକ ବାଲିଉତ୍ସ ଯିବା ରାସ୍ତାକୁ ଜେସିବି ମେସିନ ଦ୍ଵାରା ଖାଇ ଖୋଳି ଥିବା ଦେଖାଯାଇଛି। ଖାଇ ଖୋଳା ଯିବା ଦ୍ଵାରା ଚୋରା ବାଲି ଚାଲାଣରେ ଅଙ୍କୁଶ ଲାଗି ପାରିବ ବୋଲି ତହସିଲ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
Comments are closed.