ବୌଦ୍ଧ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଏସିସି ଅନୁଗୋଳକୁ ହରାଇ ଡି.ସି.ଏ ଖୋର୍ଦ୍ଧା ଫାଇନାଲରେ
ବୌଦ୍ଧ: ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ଷ୍ଟାଡିଅମ ଠାରେ ଟୁର୍ଣ୍ଣାମେଣ୍ଟର ଏକ ସେମି ଫାଇନାଲ ମ୍ୟାଚ୍ ଏସିସି ଅନୁଗୋଳ ଓ ଡିସିଏ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବରେ ବରିଷ୍ଠ କ୍ରିକେଟ୍ ଖେଳାଳୀ ରଞ୍ଜନ ରଶ୍ମି ନାଏକ ମ୍ୟାଚକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କ୍ରିକେଟ୍ ଆସୋସିଏସନର ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ସମରେଶ ମିଶ୍ର ଯୋଗ ଦେଇଥିଲେ। ଟସ ଜିତି ଖୋର୍ଦ୍ଧା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରର ମ୍ୟାଚରେ ୩ ୱିକେଟ୍ ବିନିମୟରେ ୨୧୪ ରନ୍ ସଂଗ୍ରହ କରିଥିଲା। ଦଳ ତରଫରୁ ରାକେଶ ପଟ୍ଟନାୟକ ୨୦ ବଲରୁ ୬୭ ରନ୍ ଓ ଘନଶ୍ୟାମ ବିହାରୀ ୫୩ ବଲରୁ ୬୬ ରନ୍ ସଂଗ୍ରହ କରିଥିବା ବେଳେ ଅନୁଗୋଳ ଦଳର ବିଶାଳ ସା ନିର୍ଦ୍ଧାରିତ ୪ ଓଭରରେ ୩୨ ରନ୍ ଦେଇ ୧ ଟି ୱିକେଟ୍ ଅକ୍ତିଆର କରିଥିଲେ। ଅପରପକ୍ଷରେ ଅନୁଗୋଳ ଦଳ ୨୧୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ୍ ବିନିମୟରେ ୧୬୮ କରିଥଲା। ଦଳ ତରଫରୁ ବିନାୟକ ମହାନ୍ତି ୩୪ ବଲରେ ୫୩ ରନ୍ ଓ ସତ୍ୟବ୍ରତ ସିଂ ୧୫ ବଲରୁ ୩୧ ରନ୍ ସଂଗ୍ରହ କରିଥିଲେ। ଫଳରେ ଖୋର୍ଦ୍ଧା ଦଳ ବିଜୟୀ ହୋଇ ଆଜିର ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଛି। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଖୋର୍ଦ୍ଧା ଦଳର ରାକେଶ କୁମାର ପଟ୍ଟନାୟକ ମେନ ଅଫ୍ ଦି ମ୍ୟାଚରେ ପୁରସ୍କୃତ କରାଯାଇଥିଲା। ଆଜିର ମ୍ୟାଚକୁ ଓ ସି ଏ ର ପେନାଲ ଆମ୍ପାୟର ଶ୍ୟାମସୁନ୍ଦର ପଣ୍ଡା ଓ ବିଶ୍ୱମ୍ବର ମହାକୁଡ ପରିଚାଳନା କରିଥିବାବେଳେ ମହେଶ କୁମାର ମଲ୍ଲିକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ। ଧାରା ବିବରଣୀ ଶ୍ରୀଧର ମଲ୍ଲିକ ପ୍ରଦାନ କରିଥିଲେ।
Comments are closed.