ରଞ୍ଜେଇଶୁଣୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆଁ ସ୍ଥିତ ରଞ୍ଜେଇଶୁଣୀ ଉଚ୍ଚ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାଶିନାଥ ମହାନ୍ତ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣା ବିଧାୟକ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ କହିଲେ ଯେ ଭାରତୀୟ ସଂସ୍କୃତି ପରମ୍ପରା ପାଶ୍ଚ୍ୟତ୍ୟ ପରମ୍ପରା, ବେଶଭୂଷାକୁ ଆପାଣାଇ ଚାଲିଥିବାରୁ ହିନ୍ଦୁଧର୍ମ ରୀତିନୀତିର ଅବକ୍ଷୟ ହୋଇଚାଲିଛି। ଏପରିକି ଘଡିସନ୍ଧି ମୁହୁର୍ତ୍ତିରେ ସଂସ୍କୃତି, ପରମ୍ପରାକୁ ରକ୍ଷା କରିବା ନିମନ୍ତେ ମା’ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥି ଭାବେ ପାକ୍ତନ ସଂପାଦକ ଓଷ୍ଟା କେନ୍ଦୁଝରର କ୍ଷୀରୋଦ ଚନ୍ଦ୍ର ରାଉତ ତାଙ୍କ ବକ୍ତବ୍ୟରେ କହିଲେ ସରକାର ଶିକ୍ଷା ବିଭାଗକୁ ୫ ଟିରେ ସାମିଲ କରିବା ପରେ ଶିକ୍ଷାର ବିକାଶ ନିମନ୍ତେ ନୂତନ ଢାଞ୍ଚାରେ ଶିକ୍ଷା ଆରମ୍ଭ କରି ପ୍ରତି ସରକାରୀ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ପିଲାଙ୍କୁ ସ୍ମାର୍ଟ ଭାବରେ ଗଢି ତୋଳିବା ପାଇଁ ବିଶେଷ ଭାବରେ ପଦକ୍ଷେପ ନେଇଛନ୍ତି ଏହା ସ୍ୱାଗତଯୋଗ୍ୟ। ଖାଲି ସରକାର ବିଦ୍ୟାଳୟ ପ୍ରତି ଗୁରୁତ୍ୱ ଦେଲେ ଚଳିକ ନାହିଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି ମା’ ମାନଙ୍କ ଭୂମିକ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ଏହି ବାର୍ଷିକ ଉତ୍ସବରେ ଅନ୍ୟତମ ଅତିଥି ଭାବେ ୧୮ ନମ୍ବର ଜିଲାପରିଷଦ ସଭ୍ୟ ରାଧାକାନ୍ତ ନାଏକ, ଇଂ ନୀରୋଦ ଚନ୍ଦ୍ର ବେହେରା, ସ୍ଥାନୀୟ ସରପଞ୍ଚ ବାସନ୍ତି ପାତ୍ର, ସମିତି ସଭ୍ୟା ସୁଚିତ୍ର ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ମିଶ୍ର, ପୂର୍ବତନ ସମିତି ସଭ୍ୟ ମାଣିକରାମ ମହାନ୍ତ ପ୍ରମୁଖ ମଞ୍ଚାସିନ ରହି ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ବିଦ୍ୟାଳୟର ଶିକ୍ଷୟତ୍ରୀ ଜଲିମା ରାଣୀ ବାରିକ, ଗାୟତ୍ରୀ ଦାସ, ସୁନିଲ କୁମାର ବେହେରା, ସାଇରଞ୍ଜନ ମହାନ୍ତ, ଅକ୍ଷୟ କୁମାର ମହାନ୍ତ, ସୁବାଷ ଚନ୍ଦ୍ର ଗିରି, ରାମଚନ୍ଦ୍ର ମହାନ୍ତ, ପ୍ରଦୀପ କୁମାର ମିଶ୍ର ପ୍ରମୁଖ। ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.