ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଚମ୍ପାଦେଇ ପୁର ପଞ୍ଚାୟତର ସର୍ଗିହେଜୁ ଗାଁକୁ ଆଜି ଜଙ୍ଗଲରୁ ଏକ ୧୪ ଜଣିଆ ହାତୀପଲ ଆସି ଲୋକଙ୍କ ଧାନ ଫସଲ ନଷ୍ଟ କରିବା ସହ ଗାଁର ନିଳକଣ୍ଠ ଦୋରାଙ୍କ ଘର ଆଗରେ ଗର୍ଜନ ଛାଡିଥିଲା। ଗର୍ଜନ ସୁଣି ନିଳକଣ୍ଠ ଓ ତାଙ୍କ ପରିବାର ବାହାରକୁ ଚାଲି ଆସିବା ପରେ ହାତୀ ନିଳକଣ୍ଠଙ୍କ ଘରକୁ ସଂମ୍ପୁର୍ଣ୍ଣ ଭାଙ୍ଗି ଦେଇଥିଲା।ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ କ୍ଷୟକ୍ଷତି ପାଇଁ ବିଶ୍ବନାଥପୁର ରେଞ୍ଜରଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।
Popular Categories



