www.samajalive.in
Monday, December 15, 2025
24.1 C
Bhubaneswar

ଗୋପୀନାଥ ଦେବଙ୍କ ଶରତ ରାସ ଉତ୍ସବ

ପିପିଲି:ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପରିସରରେ ପ୍ରସିଦ୍ଧ ଶରତ ରାସ ଉତ୍ସବ ପାଞ୍ଚଦିନ ବ୍ୟାପୀ ସମାରୋହରେ ପାଳିତ ହୋଇଯାଇଛି। ପ୍ରତ୍ୟହ ସଂନ୍ଧ୍ୟାରେ ଗୋପୀନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କୁ ମନ୍ଦିରରୁ ରାସସ୍ଥଳୀକୁ ବିଜେ କରାଯିବା ପରେ ଗ୍ରାମର ଶିଶୁ କଳାକାର ମାନେ ରାଧାକୃଷ୍ଣ ଓ ଅଷ୍ଟସଖୀ ଭୂମିକାରେ ଅଭିନୟ ମାଧ୍ୟମରେ ବୃନ୍ଦାବନରେ ରାସଲୀଳା, ଦୋଳି ଖେଳ, ପୁଷ୍ପତୋଳା, ପଶାଖେଳ, ଅବୀର ଖେଳ, ଜଳକ୍ରୀଡା ଆଦି ବିିଭିନ୍ନ ପ୍ରସଙ୍ଗମାନ ପରିବେଷଣ କରିଥିଲେ।

ପ୍ରତ୍ୟହ ହଜାର ହଜାର ଦର୍ଶନାର୍ଥୀଙ୍କ ସମାଗମରେ ମନ୍ଦିର ଲୋକାରଣ୍ୟ ହୋଇ ଉଠିଥିବା ବେଳେ ଏହି ଉତ୍ସବ ବେଶ ଉପଭୋଗ୍ୟ ହୋଇଥିଲା। ରାସ ପରିଷଦର ଉପଦେଷ୍ଠା ପ୍ରସନ୍ନ କୁମାର ଦାସ, ପରିଷଦର ସଭାପତି ରମେଶ ଚନ୍ଦ୍ର ବରାଳ, ସଂପାଦକ ସୁକାନ୍ତ ମିଶ୍ର, ପ୍ରସନ୍ନ ସ୍ୱାଇଁ, ଚିତ୍ତରଞ୍ଜନ ମହାରଣା, କାଶୀନାଥ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧକାଳ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ନିତ୍ୟାନନ୍ଦ ଦତ୍ତଙ୍କ ନିର୍ଦ୍ଦେଶନା ଏବଂ ସୁରେନ୍ଦ୍ର ଦାସଙ୍କ କଣ୍ଠଦାନରେ ଅଧିକ ସରସ ସୁନ୍ଦର ହୋଇପାରିଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories