ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ବରୋଦା ଅବସରପ୍ରାପ୍ତ ଅଫିସର୍ ଆସୋସିଏସନର ଜେନେରାଲ ବଡି ମିଟିଂ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସୋସିଏସନର ରାଷ୍ଟ୍ରୀୟ ସଭାପତି କେ.ଏଲ.ବଂଶଲ, ଯୁଗ୍ମ ସାଧାରଣ ସଂପାଦକ ଆର.କେ.ଗୁପ୍ତା, ସହାୟକ ସାଧାରଣ ସଂପାଦକ କେତନ ଡାବେ, ଆଞ୍ଚଳିକ ସଭାପତି ଡି.ବି.ମୁଖୋପାଧ୍ୟାୟ, ଆଞ୍ଚଳିକ ସଂପାଦକ ହରିସଦନ ବାନାର୍ଜୀ, ରାଷ୍ଟ୍ରୀୟ ଉପ-ସଭାପତି ବି.ସି. ମହାନ୍ତି, ଆଞ୍ଚଳିକ ଉପ-ସଭାପତି ୟୁ.ସି.ପତ ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ପେନ୍ସନ ଏବଂ ସ୍ୱାସ୍ଥ୍ୟ ବୀମାରେ ଥିବା ସମସ୍ୟା ଉପରେ ବିଶଦ ଆଲୋଚନା କରାଯାଇଥିଲା। ସର୍ବଭାରତୀୟ ସଭାପତି ଶ୍ରୀ ବଂଶଲ ଏହି ସମସ୍ୟା ବିଷୟରେ କର୍ତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ଅଫ ବରୋଦା ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରାଜୀବ କ୍ରିଷ୍ଣା ଏବଂ କଟକର କ୍ଷେତ୍ରୀୟ ମୁଖ୍ୟ ରଞ୍ଜିତ କୁମାର ମଧ୍ୟ ଉପସ୍ଥିତ ଥିଲେ।
ଆଞ୍ଚଳିକ ସଭାପତି ଶ୍ରୀ ମୁଖୋପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିବାବେଳେ ଆସୋସିଏସନର ସଦସ୍ୟ କୁଳମଣୀ ବେହେରା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀମାନେ ଯୋଗ ଦେଇଥିଲେ।
ବିଓବି ଅବସରପ୍ରାପ୍ତ ଅଫିସର୍ ଆସୋସିଏସନର ବୈଠକ, ପେନ୍ସନ ଏବଂ ସ୍ୱାସ୍ଥ୍ୟ ବୀମା ସମସ୍ୟା ଉପରେ ଆଲୋଚନା
Popular Categories



