www.samajalive.in
Sunday, December 14, 2025
15.1 C
Bhubaneswar

ଆ-କା-ମା-ଭୈ: ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଗୋପାଳପୁର ବେଳାଭୂମି ରେ ଜନସମୁଦ୍ର

ଗୋପାଳପୁର: ଆ-କା-ମା-ଭୈ ସ୍ବର ରେ ପ୍ରକମ୍ପିତ ହୋଇଥିଲା ଗୋପାଳପୁର ବେଳାଭୂମି, ଶ୍ରଦ୍ଧାଳୁ ମାନେ କଦଳୀ ପୁଆରେ ଡଙ୍ଗା କରି ସେଥିରେ ସିନ୍ଦୂର ଚନ୍ଦନ ଦେହ ସହ ଦୀପ, ଧୂପ ଦେଇ ସମୁଦ୍ରରେ ଭସାଇବା ଦେଖା ଦେଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ବଢି ଭୋର ସମୟରେ ଗୋପାଳପୁର ବେଳାଭୂମୀରେ ଲୋକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ବିଗତ ଦୁଇ ବର୍ଷ ହେଲା କୋଭିଡ କଟକଣା କାରଣରୁ ବେଳାଭୂମୀରେ କମ ସଂଖ୍ୟକ ଲୋକ ଭିଡ ଜମୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଚନ୍ଦ୍ର ଗ୍ରହଣ ସତ୍ତ୍ୱେ ଶ୍ରଦ୍ଧାଳୁଙ୍କୁ ଭିଡ ପରିଲକ୍ଷିତ ହୋଇଥିଲା। ଓଡିଆ ପରମ୍ପରା ଅନୁଯାୟୀ ପୂର୍ବ କାଳରେ ଆମ ରାଜ୍ୟର ସାଧବ ପୁଅ ମାନେ ବାଣିଜ୍ୟ କରିବା ପାଇଁ ବାଲି, ଜାଭା, ସୁମିତ୍ରା ପରି ଦ୍ୱିପ ମାନଙ୍କୁ ନୌକା ଯୋଗେ ଯାତ୍ରା ଆରମ୍ଭ କରୁଥିଲେ।

ସେହି ପରମ୍ପରାକୁ ବଜାୟ ରଖିବା ପାଇଁ କେଉଁ କାଳରୁ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଆମ ରାଜ୍ୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଭୋର ସକାଳ ସମୟରୁ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ନେଇ ନଦୀ, ପୋଖରୀ ତଟ ଏବଂ ସମୁଦ୍ର ବେଳାଭୂମୀମାନଙ୍କରେ ହସ ଖୁସିରେ ସମସ୍ତେ କଦଳି ଖୋଳପା ଏବଂ ବିଭିନ୍ନ ସାମଗ୍ରୀରେ ତିଆରି ଡଙ୍ଗା ମାନଙ୍କୁ ଭସାଇ ସାଧବ ମାନଙ୍କ ଯାତ୍ରାକୁ ମନେ ପକାଇଥାନ୍ତି। ସେହିପରି ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ସକାଳ ୬ ଘଣ୍ଟା ପରଠାରୁ ଦେବନୀତି ସମେତ ସମସ୍ତ ପୂଜା ରିତି ନିତି ବନ୍ଦ ରହିଥିବାରୁ ସକାଳ ୬ ଟା ପୂର୍ବରୁ ଗୋପାଳପୁର ବେଳାଭୂମୀରେ ହଜାର ହଜାର ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ମାସ ତମାମ ହବିଷ ପାଳନ କରୁଥିବା ମହିଳାମାନେ ସମୁଦ୍ର ବେଳାଭୂମୀରେ ରାଇ ଦାମୋଦରଙ୍କ ପୂଜା କରିବା ସହ ମାସିକ ବ୍ରତ ଉଦଯାପନ କରିଥିଲେ। ସେହିପରି ଜିଲାର କୋଣ ଅନୁକୋଣରୁ ବହୁ ଜନସାଧାରଣ ନିଜ ପରିବାର ସଦସ୍ୟଙ୍କ ସହ ଆସି କାର୍ତ୍ତିକ ପୂର୍ଣ୍ଣିମାର ମଜା ନେଇଥିଲେ।

- Advertisement -

ଅନ୍ୟପଟେ ଆସୁଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବେଳାଭୂମୀରେ ଗୋପାଳପୁର ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଣ୍ଠଶିଳ୍ପୀ ମାନେ ନିଜର ସଙ୍ଗିତ ପରିବେଷଣ କରିଥିଲେ। ସେହିପରି କିଛି ନିଜ ବନ୍ଧୁମାନଙ୍କ ସହ ଆସି ବାଣ ଫୁଟାଇ ବେଳାଭୂମୀରେ ସୂର୍ଯ୍ୟ ଉଦୟର ମଜା ନେଇ ଘରକୁ ଫେରିଥିଲେ। ଅନ୍ୟପଟେ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ସମୁଦ୍ର ମଧ୍ୟକୁ ଯେଉଁମାନେ ଡଙ୍ଗା ଭସାଇବା ପାଇଁ ଯାଉଥିଲେ ସେମାନଙ୍କୁ ପାଞ୍ଚ ଫୁଟରୁ ଅଧିକ ଦୂରକୁ ନ ଯିବା ପାଇଁ ସୁରକ୍ଷା କର୍ମୀଙ୍କ ଦ୍ୱାରା ମାଇକ ଯୋଗେ ସଚେତନତା କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories