www.samajalive.in
Sunday, December 14, 2025
26.1 C
Bhubaneswar

ସେବା ସହିତ ଶୃଙ୍ଖଳିତ କରିଥାଏ ସ୍କାଉଟ ଓ ଗାଇଡ

ଫୁଲବାଣୀ: ଫୁଲବାଣୀ ପୁଲିସ ଉଚ୍ଚ ବିଦ୍ୟାଳୟରେ ୭୨ତମ ଭାରତ ସ୍କାଉଟସ ଓ ଗାଇଡର ପ୍ରତିଷ୍ଠା ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ଶତପଥୀଙ୍କ ତତ୍ତ୍ବାବଧାନରେ ପାଳିତ ହୋଇଯାଇଛି। ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନେ ଫୁଲବାଣୀ ସହରରେ ଏକ ଶୋଭାଯାତ୍ରା ପରିକ୍ରମା କରିଥିଲେ।

ଏହାପରେ ବିଦ୍ୟାଳୟ ପରିସରରେ ଆଇପିଇଡିଇଓ କନ୍ଧମାଳର ରଙ୍କନିଧି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କାଉଟ ଗାଇଡର ପ୍ରତିଷ୍ଠାତା ପାୱେଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସର୍ବଧର୍ମ ପ୍ରାର୍ଥନା, ପତାକା ଉତ୍ତୋଳନ କରାଯାଇ ସଭାକାର୍ୟ୍ୟ ଆରମ୍ଭ କରାଯାଇଥିଲା। ପ୍ରଧାନ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେସଙ୍ଗେ ସ୍ବାଗତ ଭାଷଣ ଦେଇଥିଲେ ।

- Advertisement -

ମୁଖ୍ୟ ଅତିଥି ଶ୍ରୀ ବେହେରା ବିଦ୍ୟାଳୟ ସ୍ତରରେ ସ୍କାଉଟ ଓ ଗାଇଡର ଆବଶ୍ୟକତା ଏବଂ ଛାତ୍ରଛାତ୍ରୀମାନେ ନିଜକୁ ସେବା ସହିତ ଶୃଙ୍ଖଳିତ କରିଥାଏ ଓ ଏହା କିପରି ମାନସିକ, ବୌଦ୍ଧିକ, ନୈତିକ ଓ ସାମାଜିକ ଶାରୀରିକ, ଆଧ୍ୟାତ୍ମିକ,କ୍ଷେତ୍ରରେ ସମାଜ, ଦେଶ ତଥା ଜାତିର ବିକାଶରେ ସହାୟକ ହୋଇଥାଏ ସେ ଦିଗରେ ଦିଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories