www.samajalive.in
Monday, December 15, 2025
16.1 C
Bhubaneswar

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା, ପ୍ରଥମ ଦିନରୁ ହିଁ ପ୍ରବଳ ଜନସମାଗମ

ଭୁବନେଶ୍ବର: ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା। କୋଭିଡ ପାଇଁ ୨ ବର୍ଷ ପରେ ହେଉଛି ବାଲିଯାତ୍ରା। ପ୍ରଥମ ଦିନରୁ ହିଁ ପ୍ରବଳ ଜନସମାଗମ ହୋଇଛି। କଟକ ଐତିହାସିକ ବାଲିଯାତ୍ରା ଶୁଭାରମ୍ଭ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ ମେୟର ସୁବାସ ସିଂ, ସାଂସଦ ଭର୍ତ୍ତୃହରି ମହତାବ ଓ ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗଦେଇଥିଲେ।
ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା। ପ୍ରାୟ ୧୪୦୦ ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରାରେ ଲେଜର ସୋ’, କଟକ ଇନ୍ କଟକ ମୁଖ୍ୟ ଆକର୍ଷଣ । ତେବେ ଚଳିତବର୍ଷ ବାଲିଯାତ୍ରାରେ ନୂଆ କରି ବାଲିଯାତ୍ରା ମହାନଦୀରେ ଲେଜର ଲାଇଟ ‌ସୋ ବା ଲାଇଟ ଆଣ୍ଡ ସାଉଣ୍ଡ, ‘କଟକ ଇନ କଟକ’ ପାଭେଲିୟନ ପରିକଳ୍ପନା କରାଯାଇଛି। ଏଥିରେ ସବୁଜ ବଳୟ ଭିତରେ ବସି ବିଭିନ୍ନ ରଙ୍ଗୀନ ଆଲୋକ ଓ ଭାଇଚାରର ପ୍ରତୀକ ମନ୍ଦିର, ମସଜିଦ ଓ ଗୁରୁଦ୍ବାର ସବୁ ଦେଖିବାକୁ ବ୍ୟବସ୍ଥା କରାଯାଇଛି। ଏହାସହିତ ବାଲୁକା କଳା ଓ ସହରର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ତଥା ଚଣ୍ଡୀ ମନ୍ଦିର, ରେଳଷ୍ଟେସନ, ହାଇକୋର୍ଟ ଭଳି ସ୍ଥାନ ଆକୃତିର ତୋରଣ ଅନ୍ୟତମ ଆକର୍ଷଣ ପାଲଟିଛି ବୋଲି ବୋଲି ଡ଼ିଆରଡ଼ିଏ ଅମ୍ବର କର ପ୍ରକାଶ କରିଛନ୍ତି।
ଚଳିତବର୍ଷ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିବେ ବୋଲି ଆକଳନ କରାଯାଇଛି। ଭିଡ ନିୟନ୍ତ୍ରଣ କରିବା ନେଇ ଟ୍ରାଫିକ ବ୍ୟବସ୍ଥା ଓ ଉଭୟ ପଡିଆରେ ଜନସାଧାରଣ କିଭଳି ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିବେ ସେଥିପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସ । ଏଥିସହ ଚଳିତବର୍ଷ ନୂତନ କରି ଚାରୋଟି ପୁଲିସ ସପୋର୍ଟ ପୋଷ୍ଟ ଖୋଲାଯାଇଛି, ଯେଉଁଥିରେ ଜନ ସାଧାରଣଙ୍କ ସମସ୍ୟା ହେଲେ ଥାନାକୁ ନ ଯାଇ ସେଠାରେ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲି ସୂଚନା ଦିଆଯାଇଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories