ବିଶାଖାପାଟଣା ବିମାନବନ୍ଦରରେ ଜଗମୋହନ ରେଡ୍ଡିଙ୍କୁ ଛୁରି ଭୁଷିଲେ ଯୁବକ
ବିଶାଖାପାଟଣା .- ଆନ୍ଧ୍ର ପ୍ରଦେଶର ରାଜନେତା ତଥା ଓ୍ୱାଇଏସ୍ଆର କଂଗ୍ରେସର ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କୁ ବିମାନ ବନ୍ଦର ପରିସରରେ ଛୁରିରେ ଆକ୍ରମଣ କରାଯାଇଛି । ଜେ ଶ୍ରୀନିବାସ ରାଓ ନାମକ ଯୁବକ ତାଙ୍କୁ କୁକୁଡା ଲଢେଇରେ ବ୍ୟବହାର କରାଯାଉଥିବା ସ୍ୱତନ୍ତ୍ର ଧରଣ ଛୁରିରେ ଆକ୍ରମଣ କରିଛନ୍ତି । ପ୍ରଥମେ ସେ ଜଗନ ମୋହନ ରେଡ୍ଡିଙ୍କ ସହ କଥା ବାର୍ତ୍ତା ହେବା ସହ ସେଲଫି ନେବା ପାଇଁ ଚେଷ୍ଟା କରିଥିଲେ । ପରେ ସେ ଏହି ସ୍ୱତନ୍ତ୍ର ଧରଣର ଛୁରିରେ ବାମ କାନ୍ଧକୁ ଭୁଷି ଦେଇଥିଲେ ।
ଆକ୍ରମଣ କରିଥିବା ବ୍ୟକ୍ତି ପ୍ରଥମେ କଫି ଦେବା ପାଇଁ ଭିଆଇପି ଲାଉଞ୍ଜ୍ରେ ପ୍ରବେଶ କରିଥିଲା । ପରେ ସେ ଜଗନ ମୋହନ ରେଡ୍ଡିଙ୍କ ପ୍ରଶଂସକ କହିବା ସହ ତାଙ୍କ ସହ ସେଲଫି ନେଇଥିଲା । ସେହି ସମୟରେ ଏକ ଛୋଟ ସ୍ୱତନ୍ତ୍ର ଧରଣର ଛୁରିକୁ ଭୁଷି ଦେଇଥିଲା ।
ଏହାପରେ ବିମାନ ବନ୍ଦରରେ ଥିବା ସୁରକ୍ଷା କର୍ମୀ ଶ୍ରୀନିବାସକୁ କାବୁ କରିବା ସହ ପୁଲିସକୁ ହସ୍ତାନ୍ତର କରିଥିଲେ । ଶ୍ରୀନିବାସ ନିକଟରୁ ୯-୧୦ ପୃଷ୍ଟା ଚିଠି ଜବତ କରାଯାଇଛି ।
ଏହି ଆକ୍ରମଣକୁ ଅଧିକାଂଶ ମହଲରୁ ନିନ୍ଦା କରାଯାଇଛି । ପୁଲିସ ଆକ୍ରମଣ ସମ୍ପର୍କରେ ତଦନ୍ତ କରୁଛି । ତେବେ ସୁରକ୍ଷା ବଳୟ ଭିତରେ ଥିବା ବିମାନ ବନ୍ଦର ପରିସରକୁ ଏହି ଯୁବକ କିପରି ଏହି ଛୁରି ଆଣିଲେ ସେ ନେଇ ଅନେକ ପ୍ରଶ୍ନ କରିଛନ୍ତି ।