www.samajalive.in
Monday, December 15, 2025
24.1 C
Bhubaneswar

ଦୀର୍ଘ ବର୍ଷ ହେଲା ଖାଲଖମାରେ ପରିପୂର୍ଣ୍ଣ ରାସ୍ତା ; କମ୍ପାନୀ ଏବଂ ପ୍ରଶାସନର ନିଘା ନାହିଁ

ରେଙ୍ଗାଲି : ରେଙ୍ଗାଲି ବ୍ଳକର ବମାଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢର୍ରୋପାନି ଗ୍ରାମରୁ ଲପଙ୍ଗା ଛକକୁ ସଂଯୋଗ କରୁଥିବା ରାସ୍ତାର ଢର୍ରୋପାନିରୁ ବମାଲୋଇ ପର୍ଯ୍ୟନ୍ତ ଖାଲଖମାରେ ପରିପୂର୍ଣ ହୋଇ ପଡି ରହିଛି । ଅଞ୍ଚଳରେ ଆଦିତ୍ୟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ହେଲା ପରେ ଏହି ରାସ୍ତା କମ୍ପାନୀର ପାରିପାର୍ଶ୍ବିକ  ଉନ୍ନୟନ ଯୋଜନାରୁ କଂକ୍ରିଟ୍ କରାଯାଇଥିଲା। ତେବେ ରସ୍ତା ନିର୍ମାଣ ହେବାର ଅନେକ ବର୍ଷ ବିତିଗଲା ପରେ ମଧ୍ୟ ଏହାର ରକ୍ଷାଣାବେକ୍ଷଣ ପ୍ରତି ଆଦୌ ଗୁରୁତ୍ୱ ଦିଆଯାଉନାହିଁ ବୋଲି ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ପକ୍ଷରୁ ଅଭିଯୋଗ ହେଉଛି । ରାସ୍ତା ରକ୍ଷାବେକ୍ଷଣ ପ୍ରତି କମ୍ପାନୀର ଅବହେଳା ଫଳରେ ଢର୍ରୋପାନିରୁ ବମାଲୋଇ ପର୍ଯ୍ୟନ୍ତ ରାସ୍ତାର ଅଧିକାଂଶ ସ୍ଥାନରେ ଖାଲଖମା ସୃଷ୍ଟି ହୋଇ ଥିବାର ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ସିମେଣ୍ଟ କଂକ୍ରିଟ୍ ପୁରା ଉଠିଯାଇ ଲମ୍ବା ଖାଲ ହୋଇଯାଇଛି । ଏହି ରାସ୍ତା ଦେଇ ଆଖପାଖ ୩୦-୪୦ଟି ଗ୍ରାମର ଅଧିବାସୀ ନିୟମିତ ଯାତାୟାତ କରୁଥିବା ସହିତ ଆଦିତ୍ୟ ଆଲୁମିନା ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ କାମ କରୁଥିବା ଅସଂଖ୍ୟ କର୍ମଚାରୀ ନିୟମିତ୍ତ ଯାତାୟାତ କରିଥାନ୍ତି।

ଏହି ରାସ୍ତା ଦେଇ ଲୋକେ ଲପଙ୍ଗା ଛକକୁ ଯାଇ ସେଠାରୁ ଜିଲ୍ଲା ସଦର ସଦର ମହକୁମା ସମ୍ବଲପୁର, ରେଙ୍ଗାଲି, ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ, ସୁନ୍ଦରଗଡ ଆଦି ଗୁରୁତ୍ୱପୂର୍ଣ ସ୍ଥାନକୁ ଯାତାୟାତ କରିଥାନ୍ତି। ଅଞ୍ଚଳର ଜନସାଧାରଣଙ୍କ ପାଇଁ ଏହି ରାସ୍ତା ଅତି ଗୁରୁତ୍ୱପୂର୍ଣ୍ଣ  ହୋଇଥିବା ସତ୍ତ୍ବେ  ଦୀର୍ଘ ବର୍ଷ ହେଲା ଅପନ୍ତରା ଅବସ୍ଥାରେ ପଡିରହିଛି । ଡର୍ରୋପାନିରୁ ବମାଲୋଇ ପର୍ଯ୍ୟନ୍ତ ରାସ୍ତାର ମରାମତି ହେଉ ନଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ରାସ୍ତାର ମରାମତି କିମ୍ବା ପୁନଃନିର୍ମାଣ ପାଇଁ ବିପ୍ଳବୀ ବୀର ସୁେରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ପକ୍ଷରୁ ଅନେକଥର ଜିଲ୍ଲା ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତ ଆକାରରେ ଦାବି କରାଯିବା ସହିତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ବୋଲି ସଂଘର ସଭାପତି ପ୍ରମୋଦ କୁମାର ପଧାନ କ୍ଷୋଭ ପ୍ରକାଶ କରିଛନ୍ତି । କଳକାରଖାନା ପ୍ରତିଷ୍ଠା ପରେ ସଂପୃକ୍ତ ଅଞ୍ଚଳର ରାସ୍ତା ଘାଟର ଉନ୍ନତି କରଣ କାମ କରିବା କମ୍ପାନୀର ନୈତିକ ଦାୟିତ୍ୱ ହୋଇଥିବା ସତ୍ୱେ ଏଥିପ୍ରତି କମ୍ପନୀ ଉଦାସୀନ ରହୁଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ନୀରବଦ୍ରଷ୍ଟା ସାଜିବା ଚରମ ବିଡମ୍ବନାର ବିଷୟ ବୋଲି ଶ୍ରୀ ପଧାନ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷପ କରି ଅପନ୍ତରା ହୋଇ ପଡିଥିବା ରାସ୍ତାର ଶୀଘ୍ର ମରାମତି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories