www.samajalive.in
Monday, December 15, 2025
14.1 C
Bhubaneswar

ସମସରପୁର ପଞ୍ଚାୟତରେ ରାସ ଯାତ୍ରାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ, ଥାନାରେ ଏତଲା

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତର ଅମୃତ ମଣୋହିପାଟଣା ଗ୍ରାମରେ ଶରତ ରାସ ଯାତ୍ରାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ସହ ଆକ୍ରମଣ ଓ ପ୍ରତିଆକ୍ରମଣରେ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣା ସଂପର୍କରେ ଦୁଇଗୋଷ୍ଠୀ ପକ୍ଷରୁ ଦୁଇଟି ପୃଥକ ଏତଲା ଥାନାରେ ଦାୟାର ହୋଇଛି । ଅମୃତ ମଣୋହିପାଟଣା ଗ୍ରାମରେ କାର୍ତ୍ତିକ ପଞ୍ଚକ ଠାରୁ ପୂଣ୍ଣିମା ପର୍ଯ୍ୟନ୍ତ ଶରତ ରାସ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରାରେ ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ଗ୍ରାମ ପକ୍ଷରୁ ନିମନ୍ତ୍ରଣ କରି ନେବା ସହ ଶ୍ରୀ ଜୀଉଙ୍କୁ ସୁସଜ୍ଜିତ ବିମାନରେ ଗ୍ରାମ ପରିକ୍ରମା କରାଯାଇଥାଏ। ତା ସହିତ ପାଞ୍ଚଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ଏହି ଯାତ୍ରାରେ ୧ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରାଙ୍କୁ ଉଦ୍‌‌ଘାଟନ ପାଇଁ ଗୋଟିଏ ଗୋଷ୍ଠୀ ନିମନ୍ତ୍ରଣ କରିଥିଲେ। କିନ୍ତୁ ଗ୍ରାମ ସଭାପତିଙ୍କ ସହ ଅନ୍ୟଏକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିବା ସହ ଶୁକ୍ରବାର ରାତିରେ ଉଭୟ ଗୋଷ୍ଠୀ ମୁହାଁମୁଁହି ହୋଇଥିଲେ। ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟି କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ବିଜେଡି ଦଳର ଦୁଇଗୋଷ୍ଠୀ ମଧ୍ୟରେ ଏହି ଗଣ୍ଡଗୋଳ ଘଟିଥିବାରୁ ସେହି ଗ୍ରାମରେ ଦଳର ଗୋଷ୍ଠୀ କନ୍ଦଳରେ ଦାଣ୍ଡରେ ପଡି ହାଟରେ ଗଡୁଛି । ଜିଲ୍ଲା ପରିଷଦ ସଭ୍ୟାଙ୍କୁ ନିମନ୍ତ୍ରଣ କରିଥିବା ଗୋଷ୍ଠୀର ଗୌରାଙ୍ଗ ଚରଣ ମନ୍ତ୍ରୀ ଏବଂ ଏହାକୁ ବିରୋଧ କରୁଥିବା ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ପକ୍ଷରୁ ପୃଥକ ଭାବେ ଦୁଇଟି ଏତଲା ଆଠଗଡ ଥାନାରେ ଦିଆଯାଇଛି । ଏତଲାକୁ ଭିତ୍ତିକରି ପୁଲିସ ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ବିଶ୍ୱଜିତ୍‌‌ ଜେନା ଓ ଆଇଆଇସି ବାମଦେବ ସ୍ୱାଇଁ ପ୍ରକାଶ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories