www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ଲକ ଅଧ୍ୟକ୍ଷ ଏବଂ ବିଡିଓଙ୍କ ମଧ୍ୟରେ ମତାନ୍ତର – ଅଣଦେଖା ଅଭିଯୋଗ କଲେ ଅଧ୍ୟକ୍ଷ

ଜି ଉଦୟଗିରି –   ଉଦୟଗିରି ବ୍ଲକ ଅଧ୍ୟକ୍ଷ ଏବଂ ସ୍ଥାନୀୟ ବିଡ଼ିଓଙ୍କ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ମତାନ୍ତର ଏବେ ଉଗ୍ରରୂପ ନେଇଛି । ଏହି କଳି ଏବେ ଦାଣ୍ଡରେ ପଡି ହାଟରେ ଗଢୁଛି ! ବିଡ଼ିଓ ଆଶୀଷ ତ୍ରିପାଠୀ ବ୍ଲକ ଚେୟାରମ୍ୟାନ ସୁଷମା ପ୍ରଧାନଙ୍କୁ ଦୀର୍ଘ ୯ ମାସ ଧରି ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ଶେଷରେ ଏପରି ପରିସ୍ଥିତି ହୋଇଛି ବ୍ଲକ ଅଧ୍ୟକ୍ଷ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ତୀବ୍ର ଅସନ୍ତୋଷ ଜାହିର ପ୍ରାକଶ କରିଛନ୍ତି । ଦୀର୍ଘ ଦିନ ଧରି ବିଡ଼ିଓ ଆଶିଷ ତ୍ରିପାଠୀ ବ୍ଲକ ଚେୟାରମ୍ୟାନଙ୍କୁ ଅଣଦେଖା କରିବା ସହ ହଇରାଣ କରୁଥିବା ସେ କହିଛନ୍ତି । ଏମିତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଦେଉଥିବା ବେଳେ ବିଡ଼ିଓ ତାଙ୍କୁ ଅସମ୍ମାନ କରୁଥିବା କହିଛନ୍ତି ।

- Advertisement -

ବ୍ଲକର ଉନ୍ନୟନ କାର୍ଯ୍ୟରେ ତାଙ୍କୁ ବିଡ଼ିଓ ସାମିଲ କରୁନାହାନ୍ତି କି ତାଙ୍କ ପରାମର୍ଶ ନେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆଣି ବ୍ଲକ ଚେୟାରମ୍ୟାନ ସୁଷମା ପ୍ରଧାନ ବିଡ଼ିଓଙ୍କ ବିରୋଧରେ ଜିଲ୍ଲାପାଳ, ଏସପିଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଛନ୍ତି ।୧୫ ଦିନ ଭିତରେ ବିଡ଼ିଓ ଆଶିଷ ତ୍ରିପାଠୀଙ୍କୁ ବଦଳି ନ କଲେ ସେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି । ବିଡିଓଙ୍କ ଫୋନ୍‌ ନମ୍ବରରେ ସମାଜର ସ୍ଥାନୀୟ ପ୍ରତିନିଧି ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରିଥିଲେ । ଏ ବିଷୟରେ ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories