www.samajalive.in
Monday, December 15, 2025
24.1 C
Bhubaneswar

ଶିକ୍ଷା ମନ୍ତ୍ରଣାଳୟ ଦକ୍ଷତା ଗ୍ରେଡିଂରେ ୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଶ୍ରେଷ୍ଠ ପ୍ରଦର୍ଶନକାରୀ

ଡେସ୍କ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆଜି ୨୦୨୦-୨୧ ପାଇଁ ପ୍ରଦର୍ଶନ ଭିତ୍ତିକ ଗ୍ରେଡିଂ ଇଣ୍ଡେକ୍ସ ପ୍ରକାଶ କରିଛି। ଏହି ପ୍ରଦର୍ଶନ ଭିତ୍ତିକ ଗ୍ରେଡିଂ ଇଣ୍ଡେକ୍ସରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରମାଣ-ଆଧାରିତ ବିସ୍ତୃତ ବିଶ୍ଳେଷଣ ମିଳିଥାଏ। ଶିକ୍ଷା ମନ୍ତ୍ରଣାଳୟ କହିଛି, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରମାଣ-ଆଧାରିତ ନୀତି ନିର୍ଣ୍ଣୟକୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବାକୁ ପାଠ୍ୟକ୍ରମ ସଂଶୋଧନକୁ ପ୍ରାଧାନ୍ୟ ଦେବା।

ମୋଟ ୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ କେରଳ, ପଞ୍ଜାବ, ଚଣ୍ଡିଗଡ଼, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶ ୨୦୨୦-୨୧ରେ ଦ୍ୱିତୀୟ ସ୍ତର ହାସଲ କରିଛନ୍ତି। ସେଗୁଡିକର ସ୍କୋର ୯୦୧ରୁ ୯୫୦ ମଧ୍ୟରେ ରହିଛି। ଏଥିରେ ଗୁଜରାଟ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶ ନୂତନ ଭାବେ ସାମିଲ ହୋଇଛନ୍ତି।

- Advertisement -

ଶିକ୍ଷା ମନ୍ତ୍ରାଳୟ କହିଛି, ପ୍ରାୟ ୧୪.୯ ଲକ୍ଷ ବିଦ୍ୟାଳୟ, ୯୫ ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ପ୍ରାୟ ୨୬.୫ କୋଟି ଛାତ୍ର ଥିବା ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ବୃହତ୍ତମ ଶିକ୍ଷା ବ୍ୟବସ୍ଥା ଅଟେ। ମନ୍ତ୍ରଣାଳୟ କହିଛି ଯେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ପ୍ରଦର୍ଶନ ଭିତ୍ତିକ ଗ୍ରେଡିଂ ଇଣ୍ଡେକ୍ସ ପ୍ରସ୍ତୁତ କରିଛି ଯାହା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରେ ବିଦ୍ୟାଳୟ ଶିକ୍ଷାର କାର୍ଯ୍ୟଦକ୍ଷତା ତଥା ସଫଳତା ଉପରେ ଜ୍ଞାନ ଏବଂ ତଥ୍ୟ ସମ୍ବଳିତ କୌଶଳ ଯୋଗାଇବ। ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ବର୍ଷ ପାଇଁ ପ୍ରଦର୍ଶନ ଭିତ୍ତିକ ଗ୍ରେଡିଂ ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ କରିଛି।

ଏହି ପ୍ରଦର୍ଶନ ଭିତ୍ତିକ ଗ୍ରେଡିଂ ଇଣ୍ଡେକ୍ସରେ ୧୦୦୦ଟି ପଏଣ୍ଟରେ ୭୦ଟି ସୂଚକାଙ୍କକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି – ଫଳାଫଳ ଏବଂ ଶାସନ ପରିଚାଳନା। ଏହି ବର୍ଗଗୁଡିକରେ ଶିକ୍ଷଣ ଫଳାଫଳ, ଆକସେସ୍, ଭିତ୍ତିଭୂମି ଏବଂ ସୁବିଧା, ଇକ୍ୱିଟି ଏବଂ ଶାସନ ପ୍ରକ୍ରିୟା ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories