www.samajalive.in
Monday, December 15, 2025
24.1 C
Bhubaneswar

ପାତ୍ରପୁର ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନିକ ସର୍ଭେ

ପାତ୍ରପୁର: ପାତ୍ରପୁର ଗ୍ରାମରେ ସ୍ଥାୟୀ ବସ୍ ଷ୍ଟାଣ୍ଡଟିଏ ନଥିବାରୁ ପ୍ରତିଦିନ ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଆସୁଥିବା ବହୁ ଲୋକ କାର୍ଯ୍ୟାଳୟ ଆଦିକୁ ଆସିବା ପାଇଁ ପ୍ରାୟ ଏକ କିଲୋମିଟରରୁ ଅଧିକ ରାସ୍ତା ଚାଲିକି ଆସିଥାନ୍ତି । ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେବ ଟଙ୍କା ପଡି ରହିଥିଲେ ମଧ୍ୟ ଆବଶ୍ୟକ ଜାଗା ନଥିବାରୁ ଏହା ହୋଇପାରି ନାହିଁ । ଆଜି ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ଜାଗା ସର୍ଭେ କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ ପାତ୍ରପୁରରେ ପହଞ୍ଚି ବାଇପାସ ରୋଡ ନିକଟରେ ଥିବା ଜାଗାକୁ ବୁଲି ତହସିଲ ରେକର୍ଡ ଦେଖିଥିଲେ । ତହସିଲଦାର ଅମିତ ନାୟକ କେତେ ପରିମାଣର ଜାଗା ଅଛି ତାହା ମ୍ୟାପ ବାହାର କରି ଦେଖାଇଥିଲେ । ନିୟମିତ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହେଲେ ପଥ କଷ୍ଟରୁ ମୁକୁଳି ପାରିବେ । ଦୀର୍ଘଦିନ ଧରି ଏହି ସ୍ଥାନକୁ ବସ୍ ଆସିବା ବନ୍ଦ ରହିଛି। କିଭଳି ବସ୍ ଷ୍ଟାଣ୍ଡ ତୁରନ୍ତ ହୋଇପାରିବ ସେଥିପାଇଁ କାର୍ଯ୍ୟ କରିବାକୁ ଅଞ୍ଚଳରେ ଦାବୀ ହେଉଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories