www.samajalive.in
Sunday, December 14, 2025
23.1 C
Bhubaneswar

କାର ଉପରେ ଚଢ଼ିଗଲା ହାଇୱା: ୪ ମୃତ, ଜଣେ ଗୁରୁତର

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବଡପଶି ନିକଟରେ ଗୁରୁବାର ସନ୍ଧ୍ୟା ୫ଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରାସପଶି ପଞ୍ଚାୟତ ବୃନ୍ଦାବନପୁର ଗ୍ରାମ ବାସିନ୍ଦା ପ୍ରକାଶ କୁମାର ନାୟକ (୪୭)ଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆରୁ ଗୋଟିଏ କାରରେ ପ୍ରକାଶଙ୍କ ସହ ପିପିଳିଆର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ନରୋତ୍ତମ ସିଂହ (୬୩), ଅବସରପ୍ରାପ୍ତ ପଂଚାୟତ ନିର୍ବାହୀ ଅଧିକାରୀ ହୃଷୀକେଶ ସିଂହ (୬୧) ଏବଂ ଚିତ୍ତରଞ୍ଜନ ନାୟକ (୪୮) କେନ୍ଦୁଝର କାଳୀପୂଜା ଦେଖିବାକୁ ଯାଉଥିଲେ। ଏହି ସମୟରେ ବଡପଶି ନିକଟରେ କେନ୍ଦୁଝର ଆଡୁ ଆସୁଥିବା ଏକ ହାଇୱା ଏହି କାରକୁ ସମ୍ମୁଖ ଭାଗରୁ ଧକ୍କା ଦେଇ ମୁଖ୍ୟ ରାସ୍ତାରୁ କାର ସହ ତଳକୁ ଖସି ଓଲଟି ପଡିଥିଲା । ଯାହାଫଳରେ କାର ଭିତରେ ଥିବା ନରୋତ୍ତମ ସିଂହ, ହୃଷୀକେଶ ସିଂହ ଓ ଚିତ୍ତରଞ୍ଜନ ନାୟକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଅପରପକ୍ଷେ, ପ୍ରକାଶ ଓ କାର ଚଳାଉଥିବା ତପନ କୁମାର ନାୟକଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡ଼ାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ପ୍ରକାଶଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଚାଳକ ତପନ ଚିକିତ୍ସାଧିନ ଅଛନ୍ତି । ଖବର ପ୍ରଚାରିତ ହେବା ପରେ ପିପିଳିଆ ତଥା ଘଟଗାଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories