www.samajalive.in
Sunday, December 7, 2025
18.1 C
Bhubaneswar

ଡିସେମ୍ବର ୧ରୁ କୋଣାର୍କ ଇକୋ ରିଟ୍ରିଟ୍‌

ପୁରୀ : ଡିସେମ୍ବର ୧ରୁ କୋଣାର୍କରେ ୪ର୍ଥ ପାରିବେଶିକ ରହଣିସ୍ଥଳ (ଇକୋ ରିଟ୍ରିଟ୍‌) ଅନୁଷ୍ଠିତ ହେବ । ସେଠାରେ ୭୦ଟି ଆରାମଦାୟକ ଟେଣ୍ଟ ଆବାସ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକମାନେ ତାରକା ହୋଟେଲର ସୁବିଧା ପାଇପାରିବେ। ଇକୋ ରିଟ୍ରିଟ୍‌ ସହ ଜଳକ୍ରୀଡ଼ା, ବେଳାଭୂମି କ୍ରୀଡ଼ା ଏବଂ ଇନ୍‌ଡୋର ଗେମ୍‌ ବ୍ୟବସ୍ଥା କରାଯିବ। ଜିଲାପାଳ ସମର୍ଥ ବର୍ମା ଗୁରୁବାର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ବିଭିନ୍ନ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ ଡିସେମ୍ବର ୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କୋଣାର୍କରେ ପର୍ଯ୍ୟଟନ ବିଭାଗ ଇକୋ ରିଟ୍ରିଟ୍‌ ଆୟୋଜନ କରିବ। ଏଥିପାଇଁ ଏକ ବେସରକାରୀ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଇକୋ ରିଟ୍ରିଟ୍‌ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହାଛଡ଼ା ନିରବଚ୍ଛିନ୍ନ ବିଦ୍ୟୁତ୍‌ ଓ ପାନୀୟଜଳ ଯୋଗାଣ, ସ୍ବାସ୍ଥ୍ୟସେବା, ଅଗ୍ନି ନିର୍ବାପନ ବ୍ୟବସ୍ଥା, ଗାଡ଼ି ପାର୍କିଂ, ସୁରକ୍ଷା ଏବଂ ଲାଇଫଗାର୍ଡ ମୁତୟନ ପାଇଁ ସ୍ଥିର କରାଯାଇଛି। ପର୍ଯ୍ୟଟକମାନେ ଯେପରି ସୁଖଦ ଅନୁଭୂତି ନେଇ ଫେରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଥିବା ଜିଲାପାଳ କହିଛନ୍ତି। ଅତିରିକ୍ତ ଜିଲାପାଳ କୈଳାସ ଚନ୍ଦ୍ର ନାୟକ ଓ ଦିଲୀପ କୁମାର ମହାପାତ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ବୈଠକରେ ଉପସ୍ଥିତ ଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories