www.samajalive.in
Monday, December 15, 2025
24.1 C
Bhubaneswar

୭୫ ବର୍ଷ ବୟସ୍କା ବିଧବାଙ୍କ କାନ୍ଧରେ ୨ ଛେଉଣ୍ଡ ଶିଶୁଙ୍କ ପ୍ରତିପୋଷଣ ବୋଝ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

ରେଙ୍ଗାଲି: ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବାପା, ମାଆ ଛେଉଣ୍ଡ ଦଶମ ଶ୍ରେଣୀର ଛାତ୍ରୀ ପାୟଲ ବନଛୁର। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଥପାପାଲି ଗ୍ରାମର ବାସିନ୍ଦା ଫୁଲ ବନଛୁର। ୧୦ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ୨୦୧୬ ଏବଂ ୨୦୧୭ ଗୋଟିଏ ବର୍ଷ ବ୍ୟବଧାନରେ ବୋହୂ ଯାଜ୍ଞସେନି ଏବଂ ପୁଅ ସୁରୁଚାନ୍ଦଙ୍କର ବି ପରଲୋକ ହୋଇଥିଲା। ପୁଅବୋହୁ ଫୁଲ ବନଛୁର ପାଖରେ ଛାଡି ଚାଲିଗଲେ ନାତୁଣି ପାୟଲ ଏବଂ ନାତି ରଜତକୁ। ଫୁଲ ବନଛୁର କାନ୍ଧରେ ବାପା ମାଆ ଛେଉଣ୍ଡ ନାତି,ନାତୁଣି ଏବଂ ନିଜର ରୋଗୀଣା ଝିଅ କୈଲାଶିନିର ପ୍ରତିପୋଷଣ ଲାଲନପାଳନର ବୋଝ ଲଦି ଦେଇ ସ୍ୱାମୀ, ପୁଅ, ବୋହୁ ଛାଡି ଚାଲିଗଲେ। ନାତୁଣି ପାୟଲ ଏବେ ୧୦ମ ଶ୍ରେଣୀର ଛାତ୍ରୀ। ନାତି ରଜତ ୨ୟ ଶ୍ରେଣୀର ଛାତ୍ର। ଜମିବାଡି କିଛି ନାହିଁ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦରଦାମ୍ ଅକାଶ ଛୁଅାଁ। ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କରି ନାତି ନାତୁଣୀଙ୍କ ପାଠପଢା, ରୋଗୀଣା ଝିଅ କୈଲାଶିନୀର ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡୁଛି। ତାଙ୍କ ରାସନ କାର୍ଡ ଜରିଆରେ ମିଳୁଥିବା ୨୦ କେଜି ଚାଉଳ ଏବଂ ୫ଶହ ଟଙ୍କା ବିଧବା ଭତ୍ତା ହିଁ ଭରସା। ପରିଣତ ବୟସ ରେ ଉପନୀତ ଫୁଲ ବନଛୁରଙ୍କ ପାଇଁ ନାତି, ନାତୁଣି ଏବଂ ରୋଗୀଣା ଝିଅ କୈଲାଶିନିଙ୍କ ପ୍ରତିପୋଷଣ କରିବା ଅସମ୍ଭାଳ ହୋଇପଡିଛି। ଏଭଳି ଅଭାନିୟ ପରିସ୍ଥିତିରେ ଜୀବନ ଅତିବାହିତ କରୁଥିବାରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପାୟଲ ଚିଠି ଲେଖି ଆକୁଳ ନିବେଦନ କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories