www.samajalive.in
Monday, December 15, 2025
16.1 C
Bhubaneswar

ଲାଞ୍ଜିଗଡରେ ପୂଜା ପାଇଲେ ମା’ ଶ୍ୟାମାକାଳି

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଲାଞ୍ଜିଗଡ ସହରରେ ପ୍ରତ୍ୟେକ ବର୍ଷଭଳି ମା’ ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ ଲାଞ୍ଜିଗଡର ଆଶ୍ରମପଡା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ରବିବାର ଆଶ୍ରମପଡା ନିକଟସ୍ଥ ପୁଷ୍କରଣିରୁ ପାଣି କଳସ ଧରି ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରରେ ବାହାରି ପୂଜା ମଣ୍ଡପକୁ ଯାଇଥିଲେ I ରବିବାର ଠାରୁ ଦୁଇଦିନ ପର୍ଯ୍ୟନ୍ତ ମାଁଙ୍କ ମଣ୍ଡପରେ ମହାଯଜ୍ଞ ଚଣ୍ଡିପାଠ, କୁସ୍ମାଣ୍ଡବଳି ଆଦି ନୀତି ଅନୁସାରେ ପୂଜାପାଠ ଆରମ୍ଭ ହୋଇଥିଲା। ସାତବର୍ଷ ହେଲା ମା’ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଗତ ଦୁଇବର୍ଷ କରୋନା କଟକଣା ଯୋଗୁଁ ଭକ୍ତଙ୍କ ସମାଗମ ଫିକା ପଡିଥିଲା। ଚଳିତବର୍ଷ ଧୁମଧାମରେ ସମାଗମ ଦେଖିବାକୁ ମିଳିଥିଲା। ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କ ପୂଜା ସ୍ଥଳିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମହୁଥିବା ବେଳେ ସୁସଜ୍ଜିତ ଆଲୋକ ମାଳା ବିଶେଷ ଆକର୍ଷଣ ଥିଲା । ଏହି ପୂଜନ ଉତ୍ସବରେ ଲାଞ୍ଜିଗଡ ସମେତ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥିଲା । ପୂଜକ ଭାବେ ପ୍ରଭାକର ଆଚାର୍ଯ୍ୟ ମା’ଙ୍କ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳ କର୍ତ୍ତାଭାବେ ଗୋବିନ୍ଦ ରଣା ଓ ତାଙ୍କ ସହଧର୍ମିଣି ସବିତା ରଣା କର୍ତ୍ତୀ ଦାୟିତ୍ୱ ତୁଲାଇଥିଲେ I ପୂଜା ମଣ୍ଡପରେ ବିଭିନ୍ନ ନୀତିକାନ୍ତି ସମ୍ପାଦନରେ ଲିଙ୍ଗରାଜ ବାରିକ ସହଯୋଗ କରିଥିଲେ। ଆସନ୍ତା କାଲି ମା’ଙ୍କ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପୂଜା କମିଟିର ସଭାପତି କୁନା ରଣା, ଶ୍ରୀନିବାସ ଚଣ୍ଡୀ, କ୍ଷମାନିଧି ସାହୁ, ଯଦୁ ସାହୁ, ଦିଲୀପ ସାହୁ, ପରମାନନ୍ଦ ରଣା, ଯୁବଶକ୍ତି ସେବାକେନ୍ଦ୍ର ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ପୂଜା ପରିଚାଳନାରେ ସହଯୋଗ କରିଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories