www.samajalive.in
Sunday, December 7, 2025
23.1 C
Bhubaneswar

ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କ ମଧ୍ୟରେ ଦୀପିକା ଏକମାତ୍ର ଭାରତୀୟ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ମୁମ୍ବାଇ: ନିକଟରେ ବିଜ୍ଞାନ ଅନୁଯାୟୀ ଜୋଡ଼ି କୋମର ଦୁନିଆର ସବୁଠାରୁ ସୁନ୍ଦର ମହିଳା ଚେହେରା ଭାବେ ମନୋନୀତ ହୋଇଛନ୍ତି। ଏହି ତାଲିକାରେ ୧୦ ଜଣ ମହିଳାଙ୍କ ନାମ ଘୋଷଣା କରାଯାଇଛି, ଯେଉଁଥିରେ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ନିଜ ସ୍ଥାନ ଅଧିକାର କରିଛନ୍ତି। ଦୁନିଆର ୧୦ ସବୁଠାରୁ ସୁନ୍ଦର ମହିଳାଙ୍କ ଏହି ତାଲିକାରେ ଏକମାତ୍ର ଭାରତୀୟ ମହିଳା ଭାବେ ଦୀପିକା ପାଦୁକୋନଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି। ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁମାନଙ୍କ ନାଁ ରହିଛି ଓ ଦୀପିକା କେଉଁ ସ୍ଥାନରେ ଅଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ତାଲିକା ଜଣେ ବୈଜ୍ଞାନିକଙ୍କ ଦ୍ବାରା ଜାରି କରାଯାଇଛି। ଯିଏକି ଦୁନିଆର ସବୁଠାରୁ ସୁନ୍ଦର ମହିଳାମାନଙ୍କ ଚେହେରାର ସୌନ୍ଦର୍ଯ୍ୟ ଅନୁପାତ ମାପିବାରେ ପ୍ରାଚୀନ ଗ୍ରୀକ୍ କୌଶଳ ପ୍ରୟୋଗ କରିବା ପାଇଁ କମ୍ପ୍ୟୁଟରୀକୃତ ମ୍ୟାପିଂ ଉପାୟ ବ୍ୟବହାର କରିଥିଲେ। ଯେଉଁଥିରେ ଅନୁପାତ ଅନୁଯାୟୀ ଜୋଡ଼ିଙ୍କ ଚେହେରା ୯୮.୭ ପ୍ରତିଶତ ସ୍କୋର ପାଇଛି।

- Advertisement -

ଏହି ସ୍ଥାନରେ ଅଛନ୍ତି ଦୀପିକା:-

ସୂଚନା ମୁତାବକ, ୟୁକେ ସ୍ଥିତ ପ୍ଲାଷ୍ଟିକ୍‌ ସର୍ଜନ ଡା. ଜୁଲିୟନ ଡି ସିଲ୍‌ଭା ଜୋଡ଼ି କୋମରଙ୍କୁ ଅଧ୍ୟୟନ ହିସାବରେ ଦୁନିଆର ସବୁଠାରୁ ସୁନ୍ଦର ମହିଳା ଚେହେରା ଭାବରେ ଚୟନ କରିଛନ୍ତି। ଏଥିରେ ଅଭିନେତ୍ରୀ ଜେଣ୍ଡାୟା, ମଡେଲ ବେଲା ହଦୀଦ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ ବେୟୋନ୍ସ ଏବଂ କିମ କାର୍ଦଶିୟନ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଦୀପିକା ପାଦୁକୋନଙ୍କ ବିଷୟରେ କହିବାକୁ ଗଲେ, ସେ ଦୁନିଆର ୧୦ ସବୁଠାରୁ ସୁନ୍ଦର ମହିଳା ତାଲିକାରେ ନବମ ସ୍ଥାନରେ ରହିଛନ୍ତି।

ଜୋଡ଼ି କୋମରଙ୍କ ବ୍ୟତୀତ ସେଲିବ୍ରିଟିମାନଙ୍କ ଗୋଲ୍ଡେନ୍ ରେସିଓ ସ୍କୋର ପ୍ରତିଶତରେ କିଛି ଏଭଳି ଦିଆଯାଇଛି। ଜେଣ୍ଡାୟା (୯୪.୩୭), ବେଲା ହଦୀଦ୍ (୯୪.୩୫), ବେୟୋନ୍ସ (୯୨.୪୪), ଏରିୟାନା ଗ୍ରାଣ୍ଡେ (୯୧.୮୧), ଟେଲର ସ୍ବିଫ୍ଟ (୯୧.୬୪), ଜୋର୍ଡନ ଡନ୍ (୯୧.୩୯), କିମ କାର୍ଦଶିୟନ (୯୧.୨୮), ଦୀପିକା ପାଦୁକୋନ (୯୧.୨୨) ଏବଂ ହୋୟୋନ୍ ଜଙ୍ଗ (୮୯.୬୩)।

 

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories