www.samajalive.in
Monday, December 15, 2025
24.1 C
Bhubaneswar

ସୂଚନା ଅଧିକାର ଆଇନକୁ ବ୍ୟାପକ ବ୍ୟବହାର ପାଇଁ ଆହ୍ୱାନ

ଭୁବନେଶ୍ୱର: ସୂଚନା ଅଧିକାର ନିୟମ କାର୍ୟ୍ୟକାରୀ ହେବାର ୧୭ ବର୍ଷ ପରେ ବି ଏହାର ବ୍ୟବହାର ଅନେକ ଭାରତୀୟ ଏବେବି କରିନାହାନ୍ତି। ଫଳରେ ଏହି ଯୁଗାନ୍ତକାରୀ ଅଧିନିୟମ ଏକ ନିର୍ଦ୍ଦିଷ୍ଟ ମୃତ୍ୟୁ ଦିଗରେ ଅଗ୍ରସର କରୁଛି। ପ୍ରତିବର୍ଷ ୪୦ ରୁ ୬୦ ଲକ୍ଷ ସୂଚନା ଆବେଦନପତ୍ର ଦାଖଲ କରାଯାଏ, କିନ୍ତୁ ୩ ପ୍ରତିଶତରୁ କମ୍ ଭାରତୀୟ ନାଗରିକ ଏହାର ଆବେଦନ କରିଛନ୍ତି ବୋଲି ବିଶେଷଜ୍ଞମାନେ ସୂଚନ ଅଧିକାର ଦିବସ ପାଳନ ଅବସରରେ କହିଛନ୍ତି।
ଯଦି ଆମେ ଏହାକୁ ଅଧିକ ପରିମାଣରେ ବ୍ୟବହାର ନକରିବା ତେବେ ଏହି ସ୍ୱଚ୍ଛତା ଓ ଦୁର୍ନୀତି ନିବାରଣ ଆଇନ ଦିଶାହୀନ ହୋଇଯିବ। ନାଗରିକଙ୍କ ଦ୍ୱାରା ଏହାର ଅଧିକ ବ୍ୟବହାର ହିଁ ଦୁର୍ନୀତିକୁ ପ୍ରକାଶ କରୁଥିବା ସୂଚନ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ହ୍ରାସ କରିବ ବୋଲି ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ କହିଛନ୍ତି। ସାମାଜିକ ଅନୁଷ୍ଠାନ ଆରଟିଆଇ କ୍ଲିନିକ୍ ଦ୍ୱାରା ଆୟୋଜିତ ସୂଚନ ଅଧିକାର ଦିବସ ପାଳନ କାର୍ୟ୍ୟକ୍ରମକୁ ଉଦଘାଟନ କରି ଜଗଦାନନ୍ଦ ତୃଣମୂଳ ସ୍ତରରେ ଆଇନର ବ୍ୟବହାର ପାଇଁ ଆହ୍ୱାନ ଦେଇଥିଲେ।
ଏଥିରେ ଯୋଗଦେଇ, ପୂର୍ବତନ ପ୍ରଶାସକ ତଥା ଓକିଲ ଶ୍ରୀଭୂଷଣ ଶୁକ୍ଲା କହିଥିଲେ ଯେ ସରକାର ନିଜ କାର୍ୟ୍ୟକୁ ଏତେ ସ୍ୱଚ୍ଛ କରିବା ଉଚିତ ଯେ, ସୂଚନା ଆବେଦନ କରିବାର ଆବଶ୍ୟକତା ପଡିବ ନାହିଁ। ସୂଚନ ଅଧିକାର ନିୟମ ସରକାରଙ୍କୁ ସକ୍ରିୟ ଭାବରେ ସୂଚନା ଉପଲବ୍ଧ କରାଇବାକୁ ବାଧ୍ୟ କରିଥାଏ। ମାତ୍ର ସରକାରୀ କାର୍ୟ୍ୟାଳୟରେ ତାହା ଦେଖିବାକୁ ମିଳୁନି। କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ର ବାର୍ଷିକ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ପ୍ରତିବର୍ଷ ଦାଖଲ ହୋଇଥିବା ଆବେଦନ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଇବା ସହ ସୂଚନା ଆୟୋଗଙ୍କ ଠାରେ ଶୁଣାଣି ପାଇଁ ଅନେକ ଦ୍ୱିତୀୟ ଅପିଲ ସଂଖ୍ୟାର ମଧ୍ୟ ବୃଦ୍ଧି ପାଉଛି। ଏଦିଗରେ ସରକାର ଦୃଷ୍ଟି ଦେବା ଉଚିତ। ନହେଲେ ଲୋକେ ଏହି ଆଇନରୁ ମୁହଁ ଫେରାଇବେ।
ଆଦର ହାଉସିଂ ଦୁର୍ନୀତିର ପର୍ଦାଫାଶ ହେବା ସମେତ ସୂଚନା ଅଧିକାର ନିୟମର ଅନେକ ସଫଳ କାହାଣୀକୁ ଉଲ୍ଲେଖ କରି, ସୂଚନ ଅଧିକାର କର୍ମୀ ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ ଅକ୍ଟୋବର ୧୨, ୨୦୦୫ରେ ସାରା ଦେଶରେ ଲାଗୁ ହୋଇଥିବା ଏହି ଆଇନ ଏକ ବିଜ୍ଞ ନାଗରିକତା ସୃଷ୍ଟି କରିବା, ଦୁର୍ନୀତି ନିରାକରଣ କରିବା ଏବଂ ଉତ୍ତମ ଶାସନକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି। ମାତ୍ର ଆବେଦନଗୁଡ଼ିକର ଫଇସଲା ପାଇଁ ପର୍ୟ୍ୟାପ୍ତ ଭିତ୍ତିଭୂମି ଅଭାବ ଏବଂ ସରକାରୀ କାର୍ୟ୍ୟାଳୟରେ କର୍ମଚାରୀଙ୍କ ଅଭାବ ଚିନ୍ତାର ଅନ୍ୟ ଏକ କାରଣ। ଏତଦ ବ୍ୟତୀତ, ସୂଚନା ଅଧିକାର କର୍ମୀଙ୍କ ବିରୋଧରେ ଧମକ ଏବଂ ହିଂସା ଭଳି କାର୍ୟ୍ୟ ଏହି ଆଇନକୁ ଲୋକାଭିମୁଖୀ କରିବାରେ ବାଧା ସୃଷ୍ଟି କରୁଛି ବୋଲି ସେ ପ୍ରକାଶ କରିଥିଲେ।
ଆରଟିଆଇ. କ୍ଲିନିକର ଆବାହକ ମନୋରଂଜନ ପଣ୍ଡା ଏହି ସଭାକୁ ପରିଚାଳନା କରି କହିଛନ୍ତି ଯେ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ବିଶେଷ କରି ଯୁବକମାନେ ପ୍ରଶ୍ନ ପଚାରିବା ପାଇଁ ସଶକ୍ତ କରିବ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସୂଚନା ଅଧିକାରର ପ୍ରୟୋଗ ବିଷୟରେ ସଚେତନ କରିବା ସହ ଏହାର ସଠିକ ବ୍ୟବହାର ଉପରେ ତାଲିମ ଦିଆଯିବ ପାଇଁ ଯୋଜନା ରହିଛି ଜ୍ଝ ଆଗାମୀ ଦିନରେ ବିଭିନ୍ନ ଜିଲା ଓ ପଞ୍ଚାୟତ ସ୍ତରରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବା ବୋଲି ସେ ଘୋଷଣା କରିଥିଲେ।
ଆଜିର ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ସୂଚନା ଅଧିକାରରେ କେମିତି ପ୍ରଶ୍ନ ତିଆରି କରାଯାଏ ଏବଂ ତାହାକୁ କିପରି କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯାଏ ସେନେଇ ତାଲିମ ଦିଆଯାଇଥିଲା। ୮୦ ରୁ ଅଧିକ ଛାତ୍ରଛାତ୍ରୀ ଓ ସୂଚନା ଅଧିକାର କର୍ମୀ ଏଥିରେ ଉପସ୍ଥିତ ଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories