www.samajalive.in
Monday, December 15, 2025
15.1 C
Bhubaneswar

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ପ୍ରାର୍ଥୀ ହେଲେ ଖଡଗେ, ତରୁର୍, ତ୍ରିପାଠୀ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ତିନି ନେତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଥିବା ନେତାମାନେ ହେଲେ ମଲ୍ଲିକାର୍ଜୁନ ଖଡଗେ, ଶଶୀ ତରୁର୍‌ ଓ କେଶରୀ ନାଥ ତ୍ରିପାଠୀ। କଂଗ୍ରେସ ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ତିନିଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କୌଣସି ପ୍ରାର୍ଥୀଙ୍କ ପ୍ରତି ଗାନ୍ଧୀ ପରିବାର ସମର୍ଥନ ବ୍ୟକ୍ତ କରିନାହାନ୍ତି। ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ୯୧୦୦ରୁ ଅଧିକ ସଦସ୍ୟ ମତଦାନ କରିବେ। ଅକ୍ଟୋବର ୧୭ରେ ଭୋଟ ଗ୍ରହଣ ହେବ ଓ ୧୯ରେ​‌ ଭୋଟ ଗଣତି ହେବ। ଅକ୍ଟୋବର ୮ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଥିବାରୁ ଚୂଡାନ୍ତ ପ୍ରାର୍ଥିତାଲିକା ସମ୍ପର୍କରେ ଏହି ଦିନକୁ ଅପେକ୍ଷା କରାଯାଇଛି। ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଘୋଷଣା କରିଥିବା ଦିଗ୍‌ବିଜୟ ସିଂହ ଶେଷ ମୁହୂର୍ତ୍ତରେ ପ୍ରାର୍ଥିପତ୍ର ଦାଖଲରୁ ଓହରି ଯାଇଥିଲେ ।
ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଉପରୋକ୍ତ ତିନିଜଣଙ୍କ ମଧ୍ୟରୁ ମଲ୍ଲିକାର୍ଜୁନ ଖଡଗେ ସର୍ବାଗ୍ରେ ରହିଛନ୍ତି। ତାଙ୍କ ପ୍ରତି ଦଳର ଅଧିକ ସମର୍ଥନ ରହିଥିବା ଆଜିର ପ୍ରାର୍ଥିପତ୍ର ଦାଖଲରୁ ଜଣାପଡିଛି। ଗଡଗେଙ୍କ ପ୍ରାର୍ଥିପତ୍ରରେ ପ୍ରମୁଖ ନେତା ଅଶୋକ ଗହଲୋତ, ଦିଗବିଜୟ ସିଂହ, ପୱନ କୁମାର ବଂଶଲ, ପିଏଲ୍ ପୁନିଆ, ଏକେ ଆଣ୍ଟୋନୀ, ଆନନ୍ଦ ଶର୍ମା, ମନୀଷ ତିୱାରୀ, ଭୂପିନ୍ଦର ହୁଦା, ପୃଥ୍ବୀରାଜ ଚଭନ ପ୍ରମୁଖ ପ୍ରସ୍ତାବକ ରହିଛନ୍ତି। ଗଡଗେ ୫ ସେଟ୍ ମନୋନୟନ ପତ୍ର ଦାଖଲ କରିଛନ୍ତି। ୮୦ ବର୍ଷୀୟ ଗଡଗେ ଏବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଅଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ଗଡଗେ କହିଛନ୍ତି ଯେ ଦଳରେ ବଡ ପରିବର୍ତ୍ତନ ଆଣିବା ନିମନ୍ତେ ସେ ଏହି ନିର୍ବାଚନ ଲଢୁଛନ୍ତି। ଏହି ଅବସରରେ ସେ ଦଳୀୟ ନେତାଙ୍କୁ ଭୋଟ ଦେବା ଲାଗି ନିବେଦନ କରିଥିଲେ। ପ୍ରାର୍ଥିପତ୍ରରେ ପ୍ରସ୍ତାବକ ରହିଥିବା ନେତାମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।
ଶଶୀ ତରୁର୍ ୩ ସେଟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଝାଡଖଣ୍ଡ କଂଗ୍ରେସ ନେତା କେଏନ ତ୍ରିପାଠୀ ଗୋଟିଏ ସେଟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ତରୁର୍‌ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ତରୁର୍‌ କହିଛନ୍ତି ଯେ କଂଗ୍ରେସ ଦେଶର ଏକମାତ୍ର ରାଜନୈତିକ ଦଳ ଯାହା ଗଣତାନ୍ତ୍ରିକ ଉପାୟରେ ନିଜର ଅଧ୍ୟକ୍ଷ ନିର୍ବାଚନ କରୁଛି। ଏପରି ଦଳ ପାଇଁ କାର୍ଯ୍ୟ କରିବା ଗର୍ବର ବିଷୟ। ନିର୍ବାଚନରେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଖଡଗେଙ୍କୁ ସେ ଭୀଷ୍ମ ପିତାମହ ବୋଲି ବିବେଚନା କରିଛନ୍ତି। ତାଙ୍କ ପ୍ରତି ଗଭୀର ଭକ୍ତି ଓ ସମ୍ମାନ ରହିଛି। ଏହି ନିର୍ବାଚନ ବନ୍ଧୁତ୍ବପୂର୍ଣ୍ଣ ନିର୍ବାଚନ ହେବ। ଏଥିରେ କୌଣସି ଶତ୍ରୁତା ଭାବନା ନାହିଁ। କେଏନ ତ୍ରିପାଠୀ ଝାଡଖଣ୍ଡ ସରକାରରେ ମନ୍ତ୍ରୀ ଥିଲେ। ଏହା ସହିତ ଭାରତୀୟ ବାୟୁସେନାରେ ସେ କାର୍ଯ୍ୟ କରିଛନ୍ତି। ତ୍ରିପାଠୀ କହିଛନ୍ତି ଯେ ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବମାନ୍ୟ। ଏକ ସାଧାରଣ କୃଷକ ପରିବାରରୁ ଆସି କଂଗ୍ରେସର ସର୍ବୋଚ୍ଚ ପଦ ନିମନ୍ତେ ନିର୍ବାଚନ ଲଢିବା ଦଳର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରତିପାଦିତ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories