www.samajalive.in
Monday, December 15, 2025
24.1 C
Bhubaneswar

ଅତାବିରା ବ୍ଲକ ସ୍ତରୀୟ ୧୭ ବର୍ଷରୁ କମ ଫୁଟବଲ୍ ଖେଳାଳିଙ୍କ ଚୟନ ଶିବିର

ରେଙ୍ଗାଲିକ୍ୟାମ୍ପ: ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପତ୍ରାପାଲି ଠାରେ ୧୭ ବର୍ଷରୁ କମ ବର୍ଗର ବାଳକ ଓ ବାଳିକା ଫୁଟବଲ୍ ଖେଳାଳିଙ୍କ ବ୍ଲକ ସ୍ତରୀୟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ରାଣୀ ମିଶ୍ର ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ବରିଷ୍ଠ ଶିକ୍ଷକ ଟୁନା କର୍ଣ୍ଣ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବ୍ଲକ କ୍ରୀଡା ସମ୍ପାଦକ ଲବ ସାହୁ ବିବରଣୀ ପଠନ କରିଥିଲେ। ତିନୋଟି ସବ ଜୋନରୁ ଚୟନ ହୋଇ ସାରିଥିବା ବାଳକ ବାଳିକାମାନେ ଏହି ଚୟନ ଶିବିରରେ ଅଂଶଗ୍ରହଣ କରିଥିଲେ। ଏଥିରୁ ମନୋନୀତ ହୋଇଥିବା ବାଳକ ବାଳିକାମାନେ ଜିଲ୍ଲା ସ୍ତରୀୟ ଫୁଟବଲ୍ ଖେଳରେ ଅଂଶଗ୍ରହଣ କରିପାରିବେ ବୋଲି ଜଣାପଡିଛି। ପରେ ଏହାର ଉଦଯାପନୀରେ ବୁଗବୁଗାର ସରପଞ୍ଚ ଶେଷଦେବ ଛନ୍ଦ ଯୋଗଦେଇ ଏହାକୁ ଉଦଯାପିତ କରିଥିଲେ। ଏହି ଶିବିରରେ ଲହଣ୍ଡା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ କିଶୋର ପ୍ରଧାନ ତଥା ବ୍ଲକର ସମସ୍ତ ଖେଳ ଶିକ୍ଷକଶିକ୍ଷୟିତ୍ରୀ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଏଥିରେ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ। ଖେଳ ଶିକ୍ଷକ ସଦାନନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories