www.samajalive.in
Monday, December 15, 2025
24.1 C
Bhubaneswar

ଚଉଠିଆରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଚଉଠିଆ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସରପଞ୍ଚ ଅନୁପମା ମୁଣ୍ଡାଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ପଲେଇ, ଜିଆରଏସ୍‍ ବାବାଜି ଗିରି, କୁନମଣି ମହାନ୍ତଙ୍କ ସମେତ ବ୍ଲକର କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଛି। ପଞ୍ଚାୟତ ବିଭିନ୍ନ ଗ୍ରାମରେ ରହିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଯୋଗଦାନ କରି ପଞ୍ଚାୟତ ପରିସର ଠାରୁ ଆରମ୍ଭ କରି ପ୍ରାଣୀ ଚିକିତ୍ସା କେନ୍ଦ୍ର, ଡିଜିଟାଲ ସ୍ୱାସ୍ଥ୍ୟ କେନ୍ଦ୍ରପରିସର, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ସମ୍ମୁଖ ଭାଗରେ ରହିଥିବା ଅଳିଆ ଆବର୍ଜନାକୁ ସଫା କରିବା ସହିତ ମହିଳା ମାନଙ୍କ ଦ୍ୱାରା ସ୍ୱଚ୍ଛତା ସମ୍ପକୀୟ ଏକ ସଚେତନା ର‍୍ୟାଲି ମଧ୍ୟ ଗ୍ରାମରେ କରି ସମସ୍ତ ପରିବାର ସ୍ୱଚ୍ଛତା ପ୍ରତି କିପରୀ ଧ୍ୟାନ ଦେବେ ସେ ସମ୍ପର୍କରେ ଗ୍ରାମବାସୀ ମାନଙ୍କୁ ଅବଗତ କରିଥିଲେ। ଗାଁ ପରିବେଷ ସଫା ରହିଲେ କି ସୁଫଳ ମିଳି ପାରିବ ସେ ସମ୍ପକରେ ଲୋକଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories