ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳିସ୍ଥିତ ସହିଦ ଭଗତସିଂ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ବରିଷ୍ଠ ନାଟ୍ୟ ନିର୍ଦେଶକ ଡ.ଗୌରୀ ଶଙ୍କର ଶତପଥୀଙ୍କୁ ଗୁରୁପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ନାଟ୍ୟ ନିର୍ଦେଶନା ଦେଇ ସୁନାମ ଅର୍ଜନ କରିଛନ୍ତି l ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଞ୍ଚ ରେ କାଲଚୁରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଗ୍ଲୋବାଲ କ୍ଳାସିକ ମେଗା ଡାନ୍ସ ଫେଷ୍ଟିଭାଲ ସମାରୋ୍ହ ‘ଉର୍ବଶୀ’ ପାଳନ ଅବସରରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନ ସମାରୋହରେ ଗୌରୀ ଶଙ୍କର ଶତପଥୀଙ୍କୁ ଉତ୍ସବ ନିର୍ଦେଶକ ଡ. ଉପେନ୍ଦ୍ର ଶର୍ମା ଓ ନାଟ୍ୟକାର ମନୋଜ ପଣ୍ଡା ସମର୍ଦ୍ଧିତ କରିଥିଲେ l ଆୟୋଜିତ ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l
Popular Categories



