www.samajalive.in
Monday, December 15, 2025
15.1 C
Bhubaneswar

ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସମବାୟ ମନ୍ତ୍ରୀଙ୍କ ରାୟଗଡ ଗସ୍ତ, ବିକାଶ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ରାୟଗଡ ଗସ୍ତ କରି ସ୍ଥାୟୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକ ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂ, ଆରୋକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟତଃ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର‌୍ୟ୍ୟ କ୍ରମ ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ଆଦିବାସୀ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ଉପରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲ୍‍ ମୋହନ ରାଉତରାୟ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସୁବିଧା ଅସୁବିଧା ଉପରେ ଉପସ୍ଥାପନା କରି ଖାଲି ପଡିଥିବା ପଦବୀ ଗୁଡିକର ପୂରଣ ପାଇଁ ଅନୁରୋଧ କରିଥିଲେ। ରାୟଗଡ ସ୍ୱାସ୍ଥ୍ୟ ବିଭାଗ ପୁରସ୍କାର ପାଇଥିବା କଥା ବୈଠକର ସୂଚନା ଦେଇଥିଲେ ।

ମନ୍ତ୍ରୀ ଶ୍ରୀ ନାୟକ କଲେରା ନିରାକରଣରେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର କା‌ର‌୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ। ଜିଲାରେ ଜନଜାତିଙ୍କ ବିକାଶ ନିମନ୍ତେ ଦିଆଯାଉଥିବା କାର‌୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରକଳ୍ପ ପ୍ରଶାସକ, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ନିଆଯାଇଥିବା କାର‌୍ୟ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଜିଲା ମଙ୍ଗଳ ଅଧିକାରୀ ଜିଲାରେ ଜନଜାତି ଓ ଜାତି ଛାତ୍ର ଛାତ୍ରୀ ନିମନ୍ତେ ବିଦ୍ୟାଳୟ ଗୁଡିକର ଅସୁବିଧା ସୁବିଧା ସମ୍ପର୍କରେ ଉପସ୍ଥାପନ କରିଥିଲେ । ଖାଲି ପୁନଃନିର୍ମାଣ ନକରି ନୂତନ ଘରଦ୍ୱାର ପାଇଁ ପ୍ରସ୍ତାବ ଦେବାକୁ ମନ୍ତ୍ରୀ ଶ୍ରୀ ନାଯକ ପରାମର୍ଶ ଦେଇଥିଲେ। ଜିଲା ପରିଷଦ ତରଫରୁ କାର୍ଯ୍ରକାରୀ କରାଯାଉଥିବା ନରେଗା ଓ ଅନ୍ୟାନ୍ୟ କାର‌୍ୟ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ଜିଲଶ ସାମାଜିକ ସୁରକ୍ଷା ଅଧିକାରୀ ଜିଲ୍ଲାରେ ସାମାଜିକ ସୁରକ୍ଷା ଉପରେ ଵିଶେଷ କରି ବିଧବା ଓ ବାର୍ଦ୍ଧକ୍ୟ ଭତା ବାର୍ଦ୍ଧକ୍ୟ ଭତା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲଶର କେତେକ ବ୍ଲକରେ ଭକ୍ଷର୍ଭତ୍ତା ଠିକ ଭାବରେ ପହଞ୍ଚୁ ନଥିବାର ଅଭିଯୋଗ ହେଉଥିବା କଥା ପଚାରି ବୁଝିଥିଲେ ।

- Advertisement -

ଏଭଳି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୌରପରିଷଦର ମୁକ୍ତା ଯୋଜନା, ଜିଲା ଯୋଗାଣ ବିଭାଗ ଓ ସମବାୟ ବିଭାଗର କାର୍ଯ୍ଯକ୍ରମ ଓ ଅସୁବିଧା ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଯୋଗାଣ ବିଭାଗ ଉପରେ ଆଲୋଚନା କରି ମନ୍ତ୍ରୀ କହିଲେ ଯେ ଯେଉଁ ଯେଉଁ ସ୍ଥାନରେ ଚାଉଳ ନେବାପାଇଁ ଲୋକଙ୍କୁ ବହୁତ ଦୁରହେଉଛି ସେହି ସ୍ଥାନମାନଙ୍କରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କିମ୍ବା ଗ୍ରାମ ପଂଚାୟତ ମାଧ୍ୟମରେ ସବସେଣ୍ଟର ଖୋଲିବା ନିମନ୍ତେ ମନ୍ତ୍ରୀ କହିଥିଲେ । ସେହିପରି ଚାଉଳ ମିଶ୍ରଣ ନିମନ୍ତେ ବ୍ଲେଣ୍ଡିଙ୍ଗ ମେସିନ ବସାଇବାକୁ ମିଳର ମାନଙ୍କୁ କହିବା ପାଇଁ କହିଥିଲେ ସେହିପରି ସମବାୟ ବିଭାଗର ଜନସାଧାରଣନଙ୍କ ସଚେତନତା ନିମନ୍ତେ ଆବଶ୍ଯକ ପଦକ୍ଷେପ ନେବାକୁ କହିଥିଲେ ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉଦଘାଟନ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories