www.samajalive.in
Sunday, December 14, 2025
17.1 C
Bhubaneswar

ସମୀକ୍ଷା ଆଗକୁ ବଢ଼ିବା ପାଇଁ ବାଟ ଦେଖାଏ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଓ ଓସେପା ଦ୍ୱାରା ପ୍ରଥମ କରି ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ଓ ଏଡିଇଓ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ ‘ଏଡୁ ଇନ୍‌ଭେଷ୍ଟ ୨୦୨୩’ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଫଳାଫଳ ସମୀକ୍ଷା ଆଗକୁ ବଢ଼ିବା ପାଇଁ ବାଟ ଦେଖାଏ ବୋଲି କହିଥିଲେ। ଅଧ୍ୟକ୍ଷମାନେ ନିଜ ନିଜ ବିଦ୍ୟାଳୟର ଅଭିନବ ପଦକ୍ଷେପଗୁଡ଼ିକ ପ୍ରଦର୍ଶନ ପାଇଁ ସଜେଇ ରଖିବାକୁ ସେ ପରାମର୍ଶ ଦେଇଥିଲେ। ଉତ୍ସବର ଅନ୍ୟତମ ଅତିଥି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରି ନିଜ ଛାତ୍ରଜୀବନରେ କେତେକ ବିରଳ ଅନୁଭୂତି ବାଣ୍ଟିଥିଲେ ଓ ଜଣେ ଗୁରୁ କିପରି ଛାତ୍ରଜୀବନରେ କେତେକ ବିରଳ ଅନୁଭୂତି ବାଣ୍ଟିଥିଲେ ଓ ଜଣେ ଗୁରୁ କିପରି ଛାତ୍ରଜୀବନକୁ ପ୍ରଭାବିତ କରିପାରେ ସେ ବିଷୟରେ ଅବତାରଣା କରିଥିଲେ। ଶିକ୍ଷକମାନେ ଛାତ୍ର ପାଇଁ ରୋଲ ମଡେଲ ହେବା ସଂଗେ ସଂଗେ ନିଜର ଆତ୍ମସମୀକ୍ଷା କରି ନିଜେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ। ସମ୍ପ୍ରତି ଓଡ଼ିଶାର ପିଲାମାନେ କିପରି ବିଭିନ୍ନ ଶିକ୍ଷାକ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଆଗୁଆ ହେବେ ସେଦିଗରେ ପ୍ରୟାସ କରିବା ପାଇଁ ସେ ଅଧ୍ୟକ୍ଷମାନଙ୍କୁ ଆହ୍ୱାନ ଦେଇଥିଲେ । ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ଡିଆଇଇଟି-ସିଆରସିସି ସଂଯୋଗ ପରି ଏହି ସମ୍ମିଳନୀ ଅଧ୍ୟକ୍ଷ ଓ ଏଡିଇଓ ସଂଯୋଗ ପାଇଁ ମୂଳଦୁଆ ସ୍ଥାପନ କରିବା ସଂଗେ ସଂଗେ ଶିକ୍ଷା କ୍ଷେତ୍ରରେ ଆଗକୁ ମିଳିତ ପ୍ରୟାସରେ ବହୁକାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା କହିଥିଲେ ।
ସମ୍ମିଳନୀର ଦ୍ୱିତୀୟ ଦିବସ ପ୍ରାରମ୍ଭରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ପରେ ପରେ ଏକ୍ସଆଇଏମବିର ପ୍ରଫେସର ଅମର ନାୟକ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ନକ୍ସା ପ୍ରସ୍ତୁତି ପାଇଁ ମାନସ ମନ୍ଥନ କରାଇବା ସଂଗେ ଅଂଶଗ୍ରହଣକାରୀ ଅଧ୍ୟକ୍ଷ ଓ ଏଡିଇଓ ମାନଙ୍କର ନେତୃତ୍ୱ ବିକାଶ ଉପରେ ଆଲୋକପାତ କରିଥିଲେ ଓ ପରେ ଅଧ୍ୟକ୍ଷମାନେ ନିଜ ନିଜ ବିଦ୍ୟାଳୟ ପାଇଁ ଆଗାମୀ ଲକ୍ଷ୍ୟ ଧାର୍ଯ୍ୟ କରି ଏହାର ପରିପୂରଣ ଦିଗରେ ପ୍ରୟାସ କରିବାକୁ ସଂକଳ୍ପ ନେଇଥିଲେ । ଏହି କର୍ମଶାଳାରେ ଦୁଇଦିନ ଧରି ଉପସ୍ଥିତ ରହି ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ନିଜ କର୍ମକ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରେରଣା ଦେଇଥିଲେ ଓ ଆଗାମୀ ୩ ମାସ ପରେ ଧାର୍ଯ୍ୟ ଲକ୍ଷ୍ୟ ଦିଗରେ ପୁନଃସମୀକ୍ଷା ପାଇଁ ଆହ୍ୱାନ ଦେଇଥିଲେ। ପରିଶେଷରେ ସମ୍ମିିଳନୀର ସଫଳତା ପାଇଁ ସମସ୍ତ ଅତିଥିବୃନ୍ଦ ଓ ଅଂଶଗ୍ରହଣକାରୀମାନଙ୍କୁ ନିର୍ଦେଶକ ରଘୁରାମ ଆୟାର ଧନ୍ୟବାଦ ଦେବା ସଙ୍ଗେ ସଂଗେ ଏହିପରି ଶିକ୍ଷା ସମ୍ମିଳନୀ ଆଗାମୀ ଦିନରେ ବାରମ୍ବାର ଆୟୋଜନ ହେବ ବୋଲି ସୂଚନା ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର , ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ, କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୟ ଶତପଥୀ ଆଦି ଅତିଥିବୃନ୍ଦ ଉପସ୍ଥିତ ରହି ଦିଗଦର୍ଶନ ଦେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories