www.samajalive.in
Sunday, December 14, 2025
17.1 C
Bhubaneswar

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀଙ୍କ ଜମାଖାତାକୁ ସିଧା ସଳଖ ଅର୍ଥ ପ୍ରେରଣ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର କମ୍ପ୍ୟୁଟରୀକୃତ ସିଧାସଳଖ ହିତାଧିକାରୀଙ୍କ ଜମ।ଖାତାକୁ ଅନ୍ ଲାଇନ୍ଜରିଆ ରେ ଅର୍ଥପ୍ରେରଣ ବ୍ୟବସ୍ଥା ( ଗୋ ଲାଇଭ୍) କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜିଠାରୁ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଶୁଭ ଉଦଘ।ଟନ କରିଛନ୍ତି । ଏହି ଫଳରେ ଏଣିକି କଳାକାରମାନଙ୍କୁ ସେମାନଙ୍କର ଭତ୍ତା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିବ ନ।ହିଁ । ଏହି ବ୍ୟବସ୍ଥାରେ ସ୍ଵଛତା ବଜାୟ ରହିବା ସହିତହିତାଧିକାରୀମାନଙ୍କୁ ଠିକ୍ ସମୟରେ ସେମାନଙ୍କର ଭତ୍ତା ପ୍ରଦାନର ବ୍ୟବସ୍ଥା ହୋଇଛି। ଏହା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ଏହା ଅତ୍ୟନ୍ତ ଅବଶ୍ୟକତା ଥିଲା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ନୂଆ ନୂଆ ବେଷୟିକ ଜ୍ଞାନକୌଶଳକୁ ଆପଣେଇ ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରିକ ତ୍ୱରିତ ସେବା ପ୍ରଦାନ କରିବାର ସମୟ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ଅନଲାଇନ ବ୍ୟବସ୍ଥା ଜରିଆରେ ହିତାଧିକାରୀଙ୍କ ଜମାଖାତ।କୁ ସିଧାସଳଖ ଅର୍ଥ ପ୍ରେରଣ ବ୍ୟବସ୍ଥା କଳାକାରମାନଙ୍କ ମନରେ ଖୁସି ଆଣିବା ପାଇଁମାନ୍ୟବର ମୁଖ୍ୟମନ୍ତ୍ରୀଙ୍କପ୍ରୟାସ ଯୋଗୁଁ ସମ୍ଭବ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିବା ସହିତ କୃତଜ୍ଞତା ଜଣାଇଥିଲେ । ନୂଆ ଚିନ୍ତାଧାରା ଓ ନୂଆ ପଦ୍ଧତି ଆଧାରରେ ବିଭାଗର ଉନ୍ନତି ପାଇଁ ଏହିଭଳି ନୂଆ ନୂଆ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଓ ଏହି ବ୍ୟବସ୍ଥାରେ ସମସ୍ତ ହିତାଧିକାରୀ କଳାକାର ଯେପରି ଉପକୃତ ହେବେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଯୋଗ ଦେଇ କହିଲେ ଯେ, ପୂର୍ବରୁ ଏହି ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ସଠିକ୍ ଭାବେ ଜାଣିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା ନଥିଲା। ସେଥିପାଇଁ ଜିଲାସ୍ତରରୁ ଧରି ରାଜ୍ୟସ୍ତରରେ ଅଧିକାରୀମାନଙ୍କୁ ହିତାଧିକାରୀଙ୍କୁ ପ୍ରାପ୍ୟ ପ୍ରଦାନରେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଥିଲା । ଏବେ ଜିଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ଭତ୍ତା ପାଉଥିବା ୩୫ ହଜାର କଳାକାରଙ୍କମଧ୍ୟରୁ ପ୍ରାୟ ୨୨ହଜାର କଳାକାରମାନଙ୍କର ତଥ୍ୟ ସଂଗୃହିତ ହୋଇଛି, ଯଦ୍ୱାରା କି ସେପ୍ଟେମ୍ବର ମାସର ଦେୟ ସେମାନଙ୍କୁ ଅନ୍ ଲାଇନ୍ ଯୋଗେ ସେମାନଙ୍କ ବ୍ୟାଙ୍କ ଜମା ଖାତାକୁ ଅର୍ଥ ପ୍ରଦାନର ବ୍ୟବସ୍ଥା ହୋଇଛି ଓ ଏହି ପ୍ରକ୍ରିୟା ଜାରି ରହିବ । ଅବଶିଷ୍ଟ ୧୬ହଜାର ହିତାଧିକାରୀଙ୍କୁ ଶୀଘ୍ର ଚୟନ କରାଯାଇ ଏହି ଯୋଜନାରେ ସାମିଲ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ ସହ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଯାହାକି ଆଗାମୀ ନୂଆବର୍ଷ ପୂର୍ବରୁ ପୂରଣ କରାଯିବ ବୋଲି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ କୋଷାଗାର ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଦୀପଙ୍କର ମହାପାତ୍ର ଯୋଗ ଦେଇ କହିଲେ ଯେ, ଏହି ବ୍ୟବସ୍ଥା ରାଜ୍ୟ ସରକାରଙ୍କ “୫ଦ୍ଦଟି ଉପକ୍ରମର ଅଂଶବିଶେଷ ଏବଂ ରାଜ୍ୟରେ ଆର୍ଥିକ ପରିଚାଳନା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ସମନ୍ନିତ କରାଯାଇ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହିତ ପୂର୍ବ ପ୍ରକ୍ରିୟାରେ ଆର୍ଥିକ ଅର୍ଥ ପ୍ରଦାନ ବିଳମ୍ବରେ ହେଉଥିଲା ବୋଲି ଦର୍ଶାଇଥିଲା । ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ତରଫରୁ ଓଏସିସ ସଂସ୍ଥା ଦ୍ବାରା ଏହି ବ୍ୟବସ୍ଥାର ବିକଶିତ କରାଯାଇଛି।
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ଓଡିଶାର ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରୁ ଆରମ୍ଭ କରିଥିଲେ । ରାଜ୍ୟରେ ୫୦ହଜାର ବିଭିନ୍ନ ପ୍ରକାର କଳାକାରମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ ଏବେ ସୁଦ୍ଧା ପ୍ରାୟ ୩୫ ହଜାର କଳାକାର ମାସକୁ ୧୨ ଶହ ଟଙ୍କା ଲେଖାଏଁ କଳାକାର ଭତ୍ତା ପାଉଛନ୍ତି ।ଆଜି ପ୍ରତୀକାତ୍ମକ ଭାବେ ୫ ଜଣ ହିତାଧିକାରୀଙ୍କର ପେନସନ୍ ପେପର ଅନଲାଇନ ବ୍ୟବସ୍ଥାରେ ପ୍ରସ୍ତୁତି କରାଯାଇ ସେମାନଙ୍କୁ ଚିହ୍ନଟ କରଣ ସାଟିଫିକେଟ ପ୍ରଦାନ ପୂର୍ବକ ସେମାନଙ୍କର ବ୍ୟାଙ୍କ ଜମାଖାତାକୁ କୁ ଅର୍ଥ ପ୍ରେରଣ କରାଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ , ଅତିରିକ୍ତ ଶାସନ ସଚିବ ମନସ୍ଵିନୀ ସାହୁ , ଉପଶାସନ ସଚିବ ସଞ୍ଜୟ କୁମାର ମିଶ୍ରଙ୍କ ସମେତ ସଂସ୍କୃତି ବିଭାଗର ବିଭିନ୍ନ ଶାଖାର ମୁଖ୍ୟମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ଓଡିଆ ଭାଷା ପ୍ରତିଷ୍ଠାନର ଉପଦେଷ୍ଟା ଡ. ଫଣୀନ୍ଦ୍ର ନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେକଟକ ଓ ଭୁବନେଶ୍ୱରରୁ ବହୁ ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ସୁବିଧା ହେବା ଯୋଗୁଁ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିବା ସହିତ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories