କଣ୍ଟାବାଞ୍ଜି: ସାହିତ୍ୟରେ ଭଜନର ସ୍ଥାନ ସ୍ୱତନ୍ତ୍ର ବୋଲି କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ପୁସ୍ତକ ଲୋକାର୍ପିତ ସଭାରେ ବକ୍ତାମାନେ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଆଜି କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିର ପ୍ରାଣଙ୍ଗରେ ଏକ ସାହିତ୍ୟ ସଭା ଆୟୋଜିତ ହୋଇଥିଲା । ଏଥିରେ କବି ଶ୍ରୀମତୀ ମାଳତି ଲତା ଓଝାଙ୍କ ଦ୍ୱାରା ଲିଖିତ ୬୦ଟି ଭଜନର ସମାହାର ଭଜନମାଳା ପୁସ୍ତକ ପାଠକାର୍ପିତ ହୋଇଥିଲା । କଂଟାବାଞ୍ଜି ତହସିଲଦାର ସମୀର ରଞ୍ଜନ ବେହେରା ଏଥିରେ ମୁଖ୍ୟ ଅତିଥି ଭବେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଡ.ସଂଜୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। କବି ଶ୍ରୀମତୀ ଓଝା ଭଜନ ଲେଖା ସମୟର ଅନୁଭୁତି ଗୁଡିକୁ ବଖାଣି ବା ସହ କିଛି ଭଜନକୁ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗଦାନନ୍ଦ ପାଣିଗ୍ରାହୀ, ରାମଚନ୍ଦ୍ର ସାହୁ, କୁଞ୍ଜବିହାରୀ ବେହେରା, ସୁରେଶ ଗୁରୁ, ପଦ୍ମମୁଖ ସତପଥୀ, ମମତା ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। କବି ବିରଞ୍ଜି ନାରାୟଣ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଲେ ନିରଂଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଓଡିଆ ସାହିତ୍ୟରେ ଭଜନର ଭୂମିକା ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପରିଣତ ବୟସରେ ଶ୍ରୀମତୀ ଓଝାଙ୍କର ଏ ସାଧୁ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ।
Popular Categories



