ବରିଷ୍ଠ ନାଗରିକ ମଞ୍ଚ ଓ ବିଦ୍ୟୁତ୍ ବିଭାଗର ଆଲୋଚନା, ପ୍ରସ୍ତାବିତ ଧାରଣା ସ୍ଥଗିତ

ଗୁରୁଡିଝାଟିଆ: ଘନ ଘନ ଅଘୋଷିତ ବିଜୁଳିକାଟକୁ ନେଇ ନଦୀକୂଳ ପଞ୍ଚାୟତ ସମୂହର ଉପଭୋକ୍ତାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ। ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିଲେ। ଶେଷରେ ୧୬ ତାରିଖ ଦିନ ନାରଙ୍ଗବସ୍ତ ସ୍ଥିତି ବିଦ୍ୟୁତ୍ କାର୍ଯ୍ୟାଳୟ ଠାରେ ଧାରଣାଦେବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଆଠଗଡସ୍ଥିତ ନିର୍ବାହୀ ଯନ୍ତ୍ରୀ(ବିଦ୍ୟୁତ)ଙ୍କ କାର୍ଯ୍ୟାଳୟରେ ଶ୍ରୀରାମ ବରିଷ୍ଠ ନାଗରିକ ମଞ୍ଚ ନଦୀକୂଳ (କଖଡି) ସଦସ୍ୟମାନେ ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

prayash

ଘନଘନ ଅଘୋଷିତ ବିଦ୍ୟୁତ୍ କାଟକୁ ବନ୍ଦ କରିବା, ଚୌଦ୍ୱାରରୁ ଛତିଶା ଦେଇ ଆସିଥିବା ଲାଇନରେ ବିଦ୍ୟୁତ ବିଭ୍ରାଷ୍ଟ ହେଉଥିବାରୁ ଏହାର ସମାଧାନ ପାଇଁ କଟକ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଖୁବଶୀଘ୍ର ଏକ ବୈଠକ ହେବ, ୧୧ କେଭି ଓ ଏଲଟି ଲାଇନର ତ୍ୱରିତ ମରାମତି, କଖଡି ଠାରେ ଏକ ବିଦ୍ୟୁତ୍ ମରାମତି ପାଇଁ ଫ୍ୟୁଜ ସେଣ୍ଟର କାର୍ଯ୍ୟାଳୟ ଖୋଲିବା, ବାରମ୍ବାର ୩୩ କେଭି ବିଦ୍ୟୁତ ସରବରାହରେ ତୃଟି ଦେଖାଯାଉଥିବାରୁ ଖୁଣ୍ଟୁଣୀ ପାର୍ଶ୍ବରୁ ବିକଳ୍ପ ବ୍ୟବସ୍ଥା ସହିତ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ବିଦ୍ୟୁତ୍ କର୍ମଚାରୀମାନେ ତ୍ୱରିତ ସେବା ଯୋଗାଇଦେବା ନିମନ୍ତେ ନିଷ୍ପତ୍ତି ହୋଇଥିଲା।

ଆଠଗଡ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସନ୍ତୋଷ କୁମାର ସାମନ୍ତରାୟ, ଇଂ ତାର୍ଜନ କୁମାରଙ୍କ ସହିତ ବିଦ୍ୟୁତ୍ ବିଭାଗର କ୍ଷେତ୍ର କର୍ମଚାରୀ, ଶ୍ରୀରାମ ବରିଷ୍ଠ ନାଗରିକ ମଞ୍ଚ ନଦୀକୂଳ କଖଡିର ସଭାପତି ଭାଗିରଥି ସାହୁ, ସଂପାଦକ କିରଣ ବିହାରୀ ଖଟୁଆ, ଚନ୍ଦ୍ରଶେଖର ପରିଡା, ବିଷ୍ଣୁଚରଣ ମହାରଣା, ପ୍ରମୋଦ କୁମାର ଧଳ, ସୁନୀଲ କୁମାର ସୁତାର, ମିହିର କୁମାର ଶତପଥି, ବେଣୁଧର ମହାନ୍ତି, ରତ୍ନାକର ସାମନ୍ତ, ମାୟାଧର ଦଳାଇ, ଗୌରାଙ୍ଗ ଅମହନ୍ତ, କଖଡି ସମିତିସଭ୍ୟ ପ୍ରଦୀପ ମହାନ୍ତି, ମଞ୍ଚେଶ୍ୱର ସମିିତିସଭ୍ୟ ଫଗୁନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.