ଅର୍ଥ ସାଜିଲା ବାଧକ: ଚିକିତ୍ସିତ ହୋଇ ନ ପାରି ବିଷ ପିଇ ଆତ୍ମହତ୍ୟା କଲେ କିଡ୍ନୀ ରୋଗୀ
ମାଲକାନଗିରି: ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରି ଯନ୍ତ୍ରଣାରେ ଛଟ ପଟ ହୋଇ ଜଣେ କିଡନୀ ରୋଗୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲା ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଏମଭି ୯୯ ଗ୍ରାମରେ। ସେହି ଗ୍ରାମର ଦୀପକ ମଣ୍ଡଳ ଜଣେ ଗରିବ ଲୋକ। ସେ ଗତ କିଛି ବର୍ଷ ହେଲା କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ । ଘରେ ଯାହା ଟଙ୍କା ପଇସା ଥିଲା ସବୁ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଗଲା। ହେଲେ ସେ ଭଲ ହୋଇ ପରିଲେ ନାହିଁ। ବଡ ହସ୍ପିଟାଲକୁ ଯାଇ ଚିକିତ୍ସା ହେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଆଵଶ୍ୟକତା ଥିବାରୁ ଅର୍ଥ ଯୋଗାଡ଼ କରି ନପାରି ଘରେ ବିଛଣାରେ ପଡିରହିଲେ। ତାଙ୍କ ପତ୍ନୀ କୁଲିମଜୁରୀ ଖଟି ଯାହା ଟଙ୍କା ଅାଣନ୍ତି ସେଥିରେ ତାଙ୍କର ଔଷଧ କିଣିବା ଓ ପରିବାର ଚଳିବା କଷ୍ଟ କର ହୋଇ ପଡିଥାଏ। ତେଣୁ ସେ ନିଜର ମାନସିକ ଭାରସାମ୍ୟ ହରାଇ ଆଜି ବିଷ ପିଇ ଦେଇଥିଲେ । ତାଙ୍କୁ ପରିବାର ଲୋକେ ନିକଟସ୍ଥ ଏମଭି ୭୯ ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନା ମୁତାବକ ଦୀପକ ଦୀର୍ଘବର୍ଷ ଧରି କିଡନୀ ଏବଂ ଅନ୍ୟ କାରଣରୁ ଦେହ ଅସୁସ୍ଥ ରହି ରୋଗାଗ୍ରସ୍ତ ଅବସ୍ଥାରେ ଜୀବନ ବିତାଉଥିଲେ। ସେ କୌଣସି କଠିନ କାର୍ଯ୍ୟ କରିବାରେ ମଧ୍ୟ ସାମର୍ଥ୍ୟ ନଥିଲେ, ଯାହା ଫଳରେ ଘରେ ହିଁ ବିଶ୍ରାମ ନେବାକୁ ବାଧ୍ୟ ହେଉଥିଲେ। ଦୀପକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ବହୁତ ଖରାପ ରହିଥିବାରୁ ଚିକତ୍ସିତ ମଧ୍ୟ ହେଉ ପାରୁ ନଥିବା ଜଣାପଡିଛି। ଆଜି ଦୀପକଙ୍କ ସ୍ତ୍ରୀ କୁଲି କାମରେ ଜମିକୁ ଯାଇଥିବା ବେଳେ ଦୀପକ ବିଷ ପିଇ ଦେଇଥିଲେ। ଦୀପକଙ୍କ ବଡ଼ ପୁଅର ବୟସ ମାତ୍ର ୧୦ ବର୍ଷ ହୋଇଥିବା ବେଳେ ଆଉ ଦୁଇଟି ଛୋଟ ଝିଅଙ୍କ ଭବିଷ୍ୟତ ଅନ୍ଧାର ହୋଇ ଯାଇଛି। ଦୀପକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇଯାଇଛନ୍ତି। ଘଟଣାସ୍ଥଳରେ ଏମଭି୭୯ ଥାନା ପୁଲିସ ପହଁଛି ମୃତ ଶରୀର ଜବତ କରି ଶବବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।
Comments are closed.