ଜଳପରୀଙ୍କ ମାସିକ ରୋଜଗାର ଏତିକି – ବଡ ବଡ ଉତ୍ସବରେ ଜଳପରୀ ଆଲେକଜାଣ୍ଡ୍ରା ଗୁଗଲିମୋଙ୍କୁ ଖୋଜାପଡେ

ସମୁଦ୍ର ଭିତରେ ଥିବା ଜଳପରୀ କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। ସତସତିକା ଜଳପରୀ ଏ ପର୍ଯ୍ୟନ୍ତ କେହି ଦେଖିନାହାନ୍ତି। ଏମାନଙ୍କ ଉପରେ ଗବେଷଣା କେବେଠାରୁ ଜାରି ରହିଛି। ବିଶ୍ବସ୍ତରରେ କୃତ୍ରିମ ଜଳପରୀଙ୍କ ଲୋକପ୍ରିୟତା କିଛି କମ୍ ନାହିଁ। ଜଣାଶୁଣା କୃତ୍ରିମ ଜଳପରୀ ହେଲେ ଆଲେକଜାଣ୍ଡ୍ରା ଗୁଗଲିମୋ। ଫ୍ଲୋରିଡା ବାସିନ୍ଦା ୩୨ ବର୍ଷୀୟା ଗୁଗଲିମୋ ୧୦ ବର୍ଷ ପୂର୍ବେ ଏହି ବ୍ୟବସାୟ ଆରମ୍ଭ କରିଥିଲେ।

prayash

ନିଜର ପେଶାକୁ ନେଇ ସେ ଭାରି ଖୁସି। ଧନୀ ଲୋକମାନେ ଆୟୋଜନ କରୁଥିବା ପିଲାଙ୍କ ଜନ୍ମଦିନ ପାର୍ଟିରେ ତାଙ୍କୁ ସବୁବେଳେ ଖୋଜାପଡ଼େ। ସୁଇମିଂ ପୁଲରେ ଜଳପରୀ ବେଶରେ ସେ ପିଲାଙ୍କ ମନୋରଞ୍ଜନ କରନ୍ତି। ମାସକୁ ସେ ୬ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିବା କହିଛନ୍ତି। ବଡ଼ବଡ଼ ଉତ୍ସବମାନଙ୍କରୁ ମଧ୍ୟ ତାଙ୍କୁ ଡାକରା ଆସୁଛି।

ଇନଷ୍ଟାଗ୍ରାମ୍‌ରେ ଗୁଗଲିମୋଙ୍କ ପ୍ରଶଂସକ ସଂଖ୍ୟା ଲକ୍ଷାଧିକ। ପିଲାଦିନେ ସେ ତାଙ୍କ ଜେଜେମା’ଙ୍କ ପାଖେ ଜଳପରୀ କାହାଣୀ ଶୁଣୁଥିଲେ। ଆଜି ନିଜେ ଜଳପରୀ ହୋଇପାରିଥିବାରୁ ତାଙ୍କ ଜୀବନ ସାର୍ଥକ ହୋଇଛି ବୋଲି ଗୁଗଲିମୋ କହିଛନ୍ତି।

Comments are closed.