ଜ୍ଞାନବାପୀ ପ୍ରସଙ୍ଗରେ ହିନ୍ଦୁ ପକ୍ଷଙ୍କ ଦାବିକୁ ଗ୍ରହଣ କଲେ ଅଦାଲତ
ବାରଣାସୀ – ଜ୍ଞାନବାପୀ ମସ୍ଜିଦ୍ ପ୍ରସଙ୍ଗରେ ବାରଣାସୀ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ଚାଲିଥିବା ମାମଲାରେ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଅଦାଲତ ଗ୍ରହଣ କରିଛନ୍ତି । ମୁସଲିମ୍ ପକ୍ଷ ଏହାକୁ ଗ୍ରହଣ ନକରିବା ପାଇଁ ଆବେଦନ କରିଥିଲେ । ମନ୍ଦିରକୁ ଭାଙ୍ଗି ମସ୍ଜିଦ୍ କରାଯିବା ଏବଂ ଏବେ ବି ଏହାର ପରିସରରେ ଅନେକ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତୀ ଥିବାରୁ ସେଠାରେ ପ୍ରାର୍ଥନା କରିବା ପାଇଁ ୫ ଜଣ ହିନ୍ଦୁ ମହିଳା ଆବେଦନ କରିଥିଲେ । ଏକେ ବିଶ୍ୱେସଙ୍କ ଜଣିକିଆ ଖଣ୍ଡପୀଠ ଏହାର ଶୁଣାଣୀ କରୁଛନ୍ତି ।
ହିନ୍ଦୁଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ମାମଲା ପରିଚାଳନା କରୁଛନ୍ତି । ଆଇନ ପରିସରରେ ସାମ୍ବିଧାନିକ ନୀତି ନିୟମ ଅନୁସାରେ ମାମଲା ପରିଚାଳିତ ହୋଇଥିବା କଥା ସେ ପ୍ରକାଶ କରିଛନ୍ତି । ମୁସଲମାନ୍ଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅଂଜୁମନ୍ ଇତଜାମିଆ ମସଜିଦ୍ ର ସଦସ୍ୟମାନେ ଅଦାଲତଙ୍କ ଏହି ରାୟରେ ସନ୍ତୁଷ୍ଟ ନଥିବା କଥା ପ୍ରକାଶ କରିଛନ୍ତି ।
ଆଲାହାବାଦ ହାଇକୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରାଯିବ ବୋଲି ଅଂଜୁମନ୍ ଇତଜାମିଆ ର ସଦସ୍ୟମାନେ ସୂଚନା ଦେଇଛନ୍ତି ।
Comments are closed.