ଗୋପିନାଥପୁରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଆଠଗଡ଼: ଆଠଗଡ଼ ବିଜୁ, ଯୁବ, ଛାତ୍ର ଓ ମହିଳା ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ପକ୍ଷରୁ ଦୋରଡ଼ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ହାଇସ୍କୁଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍ଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଉଦ୍ବୋଧନ ଦେଇ ରକ୍ତଦାନ କରି ଗୁରୁତର ତଥା ମୂମୂର୍ଷ ରୋଗୀଙ୍କ ଜୀବନ ବଞ୍ଚାଉଥିବା ରକ୍ତଦାତାମାନେ ପ୍ରକୃତ ଜନସେବକ ବୋଲି ମତବ୍ୟକ୍ତ କରିଥିଲେ। ରକ୍ତଦାନ ଏକ ମହାନ ମାନବସେବା ବୋଲି କହିବା ସହ ଯୁବକ ମହିଳାମାନେ ବହୁ ସଂଖ୍ୟାରେ ଆଗେଇ ଆସିବାକୁ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ। ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ରକ୍ତ ଭଣ୍ଡାରର ଡାକ୍ତରୀଦଳ ଏହି ଶିବିରରେ ଉପସ୍ଥିତ ରହି ୧୦୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଶିବିରରେ ବହୁ ମହିଳା ଓ ଯୁବକ ରକ୍ତଦାନ କରିବାକୁ ଉତ୍ସାହିତ ଥିବା ଦେଖାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ରବିନ୍ଦ୍ରନାଥ ରାଉତ, ନଗର ବିଜେଡ଼ି ସଭାପତି ଶିଶିର ପ୍ରସାଦ ମାନସିଂହ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିିଲ ପରିଡ଼ା, ଜିଲ୍ଲା ବିଜେଡ଼ି ଉପସଭାପତି ନୃସିଂହ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରା, ନାରୀନେତ୍ରୀ ରୋଜାଲିନ୍ ପରିଡ଼ା, ସରପଞ୍ଚ ଜ୍ୟୋତ୍ସ୍ନାମୟୀ ଭୋଇ, ସମିତିସଭ୍ୟ ବିଭୁ ପ୍ରସାଦ ବେହେରା, ଜୀବନବିନ୍ଦୁ ଆବାହକ ରାକେଶ ଦାଶ, ସଂଯୋଜକ ପ୍ରଦୀପ୍ତ ଦାସ, ଛାତ୍ରନେତା ସତ୍ୟପ୍ରିୟ ମହାନ୍ତି, ଶୁଭେନ୍ଦୁ ବେଉରା, ଯୁବନେତା ପ୍ରେମାନନ୍ଦ ସେନାପତି, ଶ୍ରୀକାନ୍ତ ତ୍ରିପାଠୀ, ନିରାକାର ବିଶ୍ୱାଳ, ଦେବରାଜ ରାଉତ, ଗୁଣନିଧି ସାହୁ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିବା ସହିତ ରକ୍ତଦାତାଙ୍କୁ ସହଯୋଗ କରିଥିଲେ। (‘ଟୋ ଅଛି )
Comments are closed.