ଚଳିତ ସପ୍ତାହର ରାଶିଫଳ – ଏହି ରାଶିଙ୍କର ଶୁଭାଶୁଭ ଫଳ
ମେଷ- ରବିବାର ଓ ସୋମବାର ଜଗିରଖି ଚଳିବେ। ଆର୍ଥିକ ଅନଟନ ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ପ୍ରବଣତା ଆପଣଙ୍କ ଭୂଷଣ ହେବ। ପ୍ରତିଷ୍ଠା ଲାଭ ହେବ। ଶୁକ୍ରବାର ଓ ଶନିବାର ଯାତ୍ରାକାଳୀନ ସାବଧାନତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।
ବୃଷ- ରବିବାର ଓ ସୋମବାର କର୍ମକ୍ଷେତ୍ରରେ ସଫଳତା ଲାଭ ହେବ। ଦାନଶୀଳ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ସମୟ ପ୍ରତିକୂଳ ରହିବ। ଶୁକ୍ରବାର ଓ ଶନିବାର ସାମାଜିକ ପ୍ରତିଷ୍ଠା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ- ରବିବାରଠାରୁ ମଙ୍ଗଳବାର ପର୍ୟ୍ୟନ୍ତ ପ୍ରଗତିଶୀଳ ହେବେ। ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ପଦୋନ୍ନତି ମିଳିପାରେ। ପରୋପକାରୀ ହେବେ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କ଼ଟ- ରବିବାର ଓ ସୋମବାର ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ପାରିବାରିକ ଶାନ୍ତି ଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ- ରବିବାର ଓ ସୋମବାର ସାବଧାନତା ଅବଲମ୍ବନୀୟ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ଭାଗ୍ୟବାଦୀ ହେବେ। ପ୍ରତିଷ୍ଠା ଲାଭ ହେବ। ଶୁକ୍ରବାର ଓ ଶନିବାର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀମାତଙ୍ଗୀ କବଚ ପାଠ କରନ୍ତୁ।
କନ୍ୟା- ରବିବାର ଓ ସୋମବାର ପ୍ରେମରେ ସଫଳତା ମିଳିବ। ଲାଭବାନ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ଅସୁବିଧାରେ ପଡ଼ିପାରନ୍ତି। ଜଗିରଖି ଚଳିବେ। ଶୁକ୍ରବାର ଓ ଶନିବାର ଧାର୍ମିକ ଚିନ୍ତାଧାରା ଯୁକ୍ତ ହେବେ। ପରୋପକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ।
ତୁଳା- ବିବାର ଓ ସୋମବାର ଯୋଜନା ଅନୁସାରେ କାର୍ୟ୍ୟକାରୀ ସଫଳତା ଲାଭ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ଦାମ୍ପତ୍ୟରେ ଆନନ୍ଦପ୍ରାପ୍ତ ହେବ। ସମସ୍ୟା ସମାଧାନ ହେବ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା କରିବା ଅନୁଚିତ୍। ମହିଳା ଓ ବିଦ୍ୟାର୍ଥୀ ପରମ୍ପରାବାଦୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବ ସ୍ତୋତ୍ର ପାଠ କରନ୍ତୁ।
ବିଛା- ରବିବାରଠାରୁ ମଙ୍ଗଳବାର ପର୍ୟ୍ୟନ୍ତ ସମସ୍ୟା ସମାଧାନରେ ବ୍ରତୀ ହେବେ। ପ୍ରତିଷ୍ଠା ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଭ୍ରମଣଶୀଳ ହେବେ। ଶୁକ୍ରବାର ଓ ଶନିବାର ସ୍ତ୍ରୀଙ୍କ ସହଯୋଗ ଲାଭ ହେବ। ସୁସମ୍ବାଦ ପ୍ରାପ୍ତ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ- ରବିବାର ଓ ସୋମବାର ଜଗିରଖି ଚଳିବେ। ଶତ୍ରୁଦ୍ବାରା ପରାସ୍ତ ହୋଇପାରନ୍ତି। ମଙ୍ଗଳବାର ଓ ବୁଧବାର ସନ୍ତାନ ହେତୁକ ସମସ୍ୟା ଦୂର ହେବ। ଗୁରୁବାରଠାରୁ ଶନିବାର ପର୍ୟ୍ୟନ୍ତ ମାଲିମକଦ୍ଦମାରେ ବିଜୟ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ ହେବ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ ପୂଜା କରନ୍ତୁ।
ମକର -ରବିବାର ଓ ସୋମବାର ବନ୍ଧୁଦର୍ଶନରେ ଆନନ୍ଦ ଲାଭ କରିବେ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ସାବଧାନତା ଅବଲମ୍ବନୀୟ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କାଳୀ କର୍ପୁର ସ୍ତୋତ୍ର ପାଠ କରନ୍ତୁ।
କୁମ୍ଭ – ରବିବାର ଓ ସୋମବାର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଜଗିରଖି ଚଳିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ସମୟ ଅନୁକୂଳ ରହିବ। ପ୍ରତିଷ୍ଠା ପ୍ରାପ୍ତହେବ। ଶୁକ୍ରବାର ଓ ଶନିବାର ବାକ୍ସଂଯମତା ରକ୍ଷା କରନ୍ତୁ। ନଚେତ୍ ବିପଦରେ ପଡ଼ିବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମୀନ- ରବିବାର ଓ ସୋମବାର ନୂତନ ନିଯୁକ୍ତି ମିିଳିପାରେ। ପଦୋନ୍ନତି ପ୍ରାପ୍ତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ୟ୍ୟନ୍ତ ଯାତ୍ରାକାଳୀନ ସାବଧାନତା ଲୋଡ଼ା। ଶୁକ୍ରବାର ଓ ଶନିବାର ଆର୍ଥିକ ଲାଭ ହେବ। କାର୍ୟ୍ୟକ୍ଷେତ୍ର ବ୍ୟାପକ ହେବ। ମହିଳା ଓ ବିଦ୍ୟାର୍ଥୀ ଉଦ୍ୟମେ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଦୁର୍ଗାଙ୍କୁ ପୂଜା କରନ୍ତୁ।
Comments are closed.