www.samajalive.in
Monday, December 15, 2025
24.1 C
Bhubaneswar

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର – ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ପାତ୍ରପୁର , ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ଫଳରେ ପାତ୍ରପୁର ଅଞ୍ଚଳରେ ତିନୋଟି ଘର ଭାଙ୍ଗିଯାଇଛି । ଭାଗ୍ୟ ବଶତଃ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ପ୍ରବଳ ବର୍ଷା ଯୋଗୁଁ ପାଣି ଜମି ଧାନ ଓ ପରିବା ଚାଷରେ କ୍ଷତି ହେବା ଆଶଙ୍କା ସୃଷ୍ଟି ହୋଇଛି। ଲଗାଣ ବର୍ଷା ହେବା ଫଳରେ ଖରଣୀପଡା ପଞ୍ଚାୟତ କୋଳିହଳା ଗ୍ରାମର ଜାନୁକା ବାଡତ୍ୟା, ସଞ୍ଜୁ ବାଡତ୍ୟା ଓ ପାଣ୍ଡି ବେହେରାଙ୍କ ତିନି ଗୋଟି ଘର କାନ୍ଥ ଭାଙ୍ଗି ପଡ଼ିବା ସହ ଘର ଦବି ଯିବା ସହ ବାରିପଟ ପାଇଖାନା ନିକଟରେ କାନ୍ଥ ଭୁଶୁଡ଼ି ଯାଇଛି । ଫଳରେ ଉକ୍ତ ତିନି ପରିବାର ଅନ୍ୟ ଘରେ ଆଶ୍ରୟନେଇଛନ୍ତି।

କୋଡ଼ିଏ ବର୍ଷ ହେଲା ଏହି ତିନି ପରିବାର ଗ୍ରାମ ନିକଟ ପୋଖରୀ ପାର୍ଶ୍ୱ ଗ୍ରାମ୍ୟ ଉନ୍ନୟନ ରାସ୍ତା କଡରେ ଚାଳ ଛପର ଘର ତିଆରି କରି ରହି ଆସୁଛନ୍ତି। ଏହି ପରିବାର କୁ ବାସୋପଯଗୀ ଜାଗା ଓ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିଥିଲା। ଏବଂ ଆବାସ ଯୋଜନାରେ ସେମାନଙ୍କୁ ସାମିଲ କରିବା ସହିତ ଗୃହ ପାଇବା ଲାଗି ଯୋଗ୍ୟ ବିବେଚିତ ହେବା ସହ ତାଲିକା ରେ ସେମାନଙ୍କ ନାମ ପ୍ରକାଶ ପାଇଥିଲା । ତେବେ ଘର ନିର୍ମାଣପାଇଁ ସ୍ଥାନ(ଯାଗା)ନଥିବାରୁ ଚାଳ ଘର ମଧ୍ୟରେ ତିନି ଗରିବ ପରିବାର ଦିନ କାଟୁଛନ୍ତି। ଲଗାଣ ବର୍ଷାଯୋଗୁଁ ପାତ୍ରପୁର ଅଞ୍ଚଳର ପାତ୍ରପୁର ବାଦପୁର ଚିଡିପୁଡି ଗୁଣ୍ଡୁରା ତାଳପଡା ଖାରିଆଗୁଡ଼ା ଖମ୍ବରୀଗାଁ ପ୍ରଭିତି ଗ୍ରାମର ଚାଷ ଜମିରେ ପାଣିର ସୁଅ ଛୁଟୁଛି।ପାତ୍ରପୁର ଅଞ୍ଚଳରେ ବିଭିନ୍ନ ଗ୍ରାମରେ ଥିବା ଜମି ନିକଟରେ ପାହାଡ଼ ରହୁଛି। ବର୍ଷା ହେବା ମାତ୍ରେ ପାହାଡ଼ ରୁ ବାହାରି ଥିବା ନାଳ ମାନଙ୍କରେ ପାଣି ଆସି ଜମିରେ ମାଡୁଛି।ଏବେ ଲୋକମାନେ ଧାନ ରୋଇ ଜମିରେ ସାର ପକାଇ ଥିବା ବେଳେ ବର୍ଷାଯୋଗୁଁ ବହୁ ଜମିରେ ପାଣି ସୁଅ କାଟୁଛି।

- Advertisement -

ଫଳରେ ଧାନ ଗଛ ବୁଡି ରହୁଥିବା ଦେଖିବାକୁ ମିଳିଛି। ଏପରିକି ବର୍ଷା ଦିନରେ ପଦର ଜମିରେ ବାଇଗଣ ଝୁଡୁଙ୍ଗ କଲରା ଭେଣ୍ଡି ପ୍ରଭୁତି ଫସଲ କରିଛନ୍ତି। ବାଇଗଣ ଝୁଡୁଙ୍ଗ କରିଥିବା ଚାଷୀଙ୍କ ଗତ ସପ୍ତାହରେ ଆଦାୟ ଆରମ୍ଭ ହୋଇଥିବା ବେଳେ ବର୍ଷାଯୋଗୁଁ ଗଛ ନଷ୍ଟହେବା ଆଶଙ୍କା ସୃଷ୍ଟିହୋଇଛି।ଅଞ୍ଚଳର ମନ୍ଦରଡା କୁମୁଝରି ପଙ୍କାଳ ସିନ୍ଦୁରପୁର ତିତିଗାଁ ହୁକୁମା ଖାରିଆଗୁଡ଼ା ଅଞ୍ଚଳରେ ବହୁ ସଂଖ୍ୟକ ଚାଷୀ ପଦର ଜମିରେ ପରିବା ଚାଷ କରିଛନ୍ତି। ଏବେତୁହାକୁ ତୁହା ବର୍ଷା ଲାଗିରହିଛି।ଜାହାରି ଫଳରେ ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କାସୃଷ୍ଟିହୋଇଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories