www.samajalive.in
Saturday, December 6, 2025
14.1 C
Bhubaneswar

ଅବ୍ୟବସ୍ଥା ଘେରରେ ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଗଞ୍ଜାମ :  ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ତମାନ ଅବ୍ୟବସ୍ଥା ଘେରରେ ରହିଛି  ।  ଫଳରେ ଏହି ସ୍କୁଲରେ ପଢ଼ୁଥିବା ପିଲାମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ।  ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ  ।  ସରକାର ଶିକ୍ଷା ଓ ବିଦ୍ୟାଳୟର ଉନ୍ନତି ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରୁଛନ୍ତି  । କିନ୍ତୁ ଏହି ବିଦ୍ୟାଳୟରେ ଉନ୍ନତି କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି  ।  ଯାହାକୁ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମ୍ୟ କମିଟିର ଉଦେବେଗ ପ୍ରକାଶ ପାଇଛି  ।
ସୂଚନା ଯୋଗ୍ୟ ,୧୯୫୬ ରେ ସ୍ଥାପିତ ହୋଇଥିବା ବହୁ ପୁରାତନ ଏହି ସ୍କୁଲଟି ବର୍ତମାନ ଅବ୍ୟବସ୍ଥା ଘେରରେ ଥିବା ଦେଖିବାକୁ ମିଳିଛି  । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପ୍ରାୟ ୭୦ ଜଣ ଛାତ୍ରୀଛାତ୍ର ଏହି ସ୍କୁଲରେ ଅଧୟନ କରୁଥିବା ବେଳେ ଚାରିଜଣ ଶିକ୍ଷକ ଅଛନ୍ତି  । ସ୍କୁଲରେ ପାଚେରୀ ନାହିଁ, ପାନୀୟ ଜଳ ବ୍ୟବସ୍ଥା ନାହିଁ,ଖେଳ ପଡିଆ ନାହିଁ  ।  ସ୍କୁଲ ପରିସରରେ ଠିକ ରାସ୍ତା ନାହିଁ  ।  ବର୍ଷା ଦିନ ହେଲେ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ସାମାନ୍ୟ ବର୍ଷା ହେଲେ ମଧ୍ୟ ପାଣି ନିଷ୍କାସନ ହୋଇ ନ ପାରି ଦୀର୍ଘ ଦିନ ପର୍ୟ୍ୟନ୍ତ ଜମି ରହୁଛି  ।  ଫଳରେ ସେହି କାଦ ପଚପଚରେ, ଘାସ ମଧ୍ୟରେ ପିଲାମାନେ ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି  ।  ଏପରିକି ସେହି ଘାସ ମଧ୍ୟରେ ବର୍ଷା ଦିନ ଯୋଗୁଁ ଅନେକ ସାପ ରହିଥିବା ନେଇ ଅଭିଯୋଗ ହୋଇଛି । ଏହି ଭଳି ବିପଦ ସଂକୁଳ ଅବସ୍ଥାରେ ପିଲାମାନେ ଯାଉଛନ୍ତି  ।  ଯାହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି  । ଆଗାମୀ ଦିନରେ ସ୍କୁଲ ସମସ୍ୟାର ସମାଧାନ ନହେଲେ ପିଲାଙ୍କୁ ନେଇ ଗ୍ରାମବାସୀ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ଶବର କୁମାର ତରାଇ, ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ, ଉପ ସଭାପତି ବୃନ୍ଦାବନ ନାହାକ, ବିପ୍ର ଚରଣ ସାହୁ, ଲୋକନାଥ ତରାଇ, ଧନୁ ସାହୁ, ପ୍ରମୋଦ ପ୍ରଧାନ, ବିଦ୍ୟା ସାହୁ ପ୍ରମୁଖ ଦାବୀ ଜଣାଇଛନ୍ତି  ।  ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବୀ ହେଉଛି  ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories