www.samajalive.in
Monday, December 15, 2025
24.1 C
Bhubaneswar

ମର୍ମନ୍ତୁତ ସଡ଼କ ଦୁର୍ଘଟଣା; ୫ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଫୁଲବାଣୀ-ବାଲିଗୁଡା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୫ ଜଣ ଓଟୋ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବନ୍ଧଗଡ଼ ଗାଁ ନିକଟସ୍ଥ ବାଲିକ୍ଷେତ ନିକଟରେ ଏଆରଏସଏସ ନାମକ ଏକ ଠିକା ସଂସ୍ଥାର ଡମ୍ଫର ବନ୍ଧଗଡ଼ରୁ ସାରଙ୍ଗଗଡ଼ ଯାଉଥିବା ଏକ ଅଟୋକୁ ଧକ୍କା ଦେଇ ସାମନା ପଟୁ ଆସୁଥିବା ତ୍ରିଶକ୍ତି ନାମକ ଏକ ଠିକା ସଂସ୍ଥାର ଡମ୍ଫରକୁ ଧକ୍କା ଦେଇଥିଲା ଡମ୍ଫର ଧକ୍କାରେ ସମ୍ପୃକ୍ତ ଓଟୋଟି ପ୍ରାୟ ୨୦ଫୁଟ ଦୂରକୁ ଛିଟିକି ପଡ଼ିଥିଲା । ଅଟୋରେ ଥିବା ଜଣେ ମହିଳାଙ୍କ ସହ ପାଞ୍ଚ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି I

ତେବେ ଗୁରୁତର ଆହତ ମାନଙ୍କ ମଧ୍ୟରେ ଚାରି ଜଣ ବାନ୍ଧଗଡ଼ ଗାଁର ପ୍ରଦୀପ ବିନ୍ଧାଣି, ସତ୍ୟବାନ ବିନ୍ଧାଣି, ସତ୍ୟନାରାୟଣ ବିନ୍ଧାଣି, ମମତା ବିନ୍ଧାଣି ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣେ କୁତିବାରୀ ଗାଁର ଶାନ୍ତିପାଣି ପ୍ରଧାନ ବୋଲି ଜଣାପଡିଛି I ଆହତ ମାନଙ୍କୁ ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଟିମ ହ୍ୟୁମାନିଟି ସଦସ୍ୟ ସଞ୍ଜୟ ଦିଗାଲ, ଅଜିତ କୁମାର ସାହୁ  ମଂଟୁ ପାତ୍ର ଓ ମିଥୁନଙ୍କ ସହାୟତାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I

- Advertisement -

ଅନ୍ୟପଟେ ଆହତ ମାନଙ୍କୁ କ୍ଷତି ପୂରଣ ଓ ସ୍ଥାନୀୟ ଅଂଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାସ୍ତା ଉପରେ ହମ୍ସ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି I ଯାହାଫଳରେ ରାସ୍ତାରେ ଦୀର୍ଘ ସମୟ ଧରି ଶତାଧିକ ଗାଡି ଅଟକି ରହିଛି I ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସହ ତାଙ୍କ ଟିମ ଓ ଅତିରିକ୍ତ ତହସିଲଦାର ତପନ ମଲ୍ଲିକ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories