www.samajalive.in
Saturday, December 6, 2025
16.1 C
Bhubaneswar

ଲାଞ୍ଜିଗଡ଼ରେ ଦିନକୁ ଦିନ ବଢ଼ୁଛି ଟ୍ରାଫିକ୍‌ ସମସ୍ୟା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ଏକମାତ୍ର ଶିଳ୍ପାଞ୍ଚଳ ଲାଞ୍ଜିଗଡ଼ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ଟ୍ରାଫିକ ସମସ୍ୟା ବୃଦ୍ଧି ଯୋଗୁ ସହର ମଧ୍ୟରେ ଆମ୍ବୁଲାନ୍ସ ଓ ସ୍ଥାନୀୟ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନ ତମାମ ସହର ଭିତରେ ଶହଶହ ଭାରିଯାନ ପ୍ରବେଶ କରୁଥିବା ବେଳେ ଏଥିପାଇଁ କୌଣସି ସମୟସୀମା ନାହିଁ ।

ମାର୍କେଟ ରାସ୍ତା କଡ଼ରେ ଡାକ୍ତରଖାନା, ସ୍କୁଲ, ପଞ୍ଚାୟତ କାର୍ଯ୍ୟାଳୟ, ଗ୍ୟାସ ଡିଲର, ବ୍ୟାଙ୍କ ସମେତ ଔଷଧ ଦୋକାନ ଥିବାବେଳେ ରୋଗୀ ତଥା ଅନ୍ୟ ଗ୍ରାହକମାନଙ୍କ ସହିତ ଜନସାଧାରଣ ପ୍ରତି ମୁହୂର୍ତ୍ତରେ ପ୍ରମାଦ ଗଣୁଛନ୍ତି । ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଥିବା ବେଳେ ଏହି ଟ୍ରାଫିକ ସମସ୍ୟା ଯୋଗୁ ନିଜନିଜ ମଧ୍ୟରେ କଳହ ମଧ୍ୟ ଦେଖିବାକୁ ମିଳୁଛି ।

- Advertisement -

ଏହା ସହିତ ରାସ୍ତାର ଦୁଇ କଡରେ ଅମାନିଆ ଲୋକେ ନିଜ ବାଇକ୍ ଓ କାର ଗୁଡ଼ିକୁ ରାସ୍ତା ଉପରେ ରଖି ଦେବାଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଜରୁରୀ ପରିସ୍ଥିତିରେ ରୋଗୀ ତଥା ଆମ୍ବୁଲାନ୍ସକୁ ମଧ୍ୟ ରାସ୍ତା ମିଳୁନାହିଁ । ଏଣୁ ଏଥିପ୍ରତି ଲାଞ୍ଜିଗଡ଼ ପୁଲିସ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories