ଏକ ଟଙ୍କାରେ ମିଳୁଛି କେଜିଏ ରସୁଣ; କ୍ଷତି ପାଇଁ ବସ୍ତା ବସ୍ତା ରସୁଣ ନଦୀକୁ ଫିଙ୍ଗିଲେ ଚାଷୀ, ଭିଡିଓ ଭାଇରାଲ  

ଇରାନ: ପାରିଶ୍ରମିକ ତ ଦୂରର କଥା । ଉଠୁନି ଚାଷର ଖର୍ଚ୍ଚ । ରସୁଣ କେଜି ପିଛା ଏକ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ନିଜର ଗୁଜୁରାଣ ମେଣ୍ଟାଇବୁ ଯାହାକୁ ଭରସା କରି ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷୀଟିଏ ପରିଶ୍ରକ କରିଥିଲା । ଆଜି ତାକୁ ନଦୀରେ ଫିଙ୍ଗିଦେଉଛି । କାରଣ ବଜାରର ମୂଲ୍ୟ ତାକୁ କରିଛି ନରୁପାୟ ।

prayash

ଏଯେଉଁ ଦୃଶ୍ୟ ଦେଖୁଛନ୍ତି ତାହା ମଧ୍ୟପ୍ରଦେଶ ଅଞ୍ଚଳର । ନିଜେ ଚାଷୀ ତାର ଝାଳବୁହା ପରିଶ୍ରମକୁ ନିଜେ ଫିଙ୍ଗି ଦେଉଛି । ଆଉ ନଫିଙ୍ଗି ଅବା କ’ଣ କରିବ ? ଦୁଇ ପଇସା ଲାଭ ପାଇବା ଆଶାରେ ଚାଷୀଟିଏ ରସୁଣ ଚାଷ କରିଥିଲା । ଆଉ ସୁନ୍ଦର ଭାବେ ରସୁଣ ଫଳାଇଥିଲା । ହେଲେ ବଜାରର ମୂଲ୍ୟ ବାଧ୍ୟ କଲା ତାକୁ ଏମତି କରିବାକୁ । ଶୁଣନ୍ତୁ କ’ଣ କହୁଛନ୍ତି ଏହି ଚାଷୀ ଭାଇ ଜଣକ ।

ବଜାରର ଦାମ୍ ବଢ଼ିବାରେ ଲାଗିଛି । ପେଟ୍ରୋଲ ଡିଜେଲ ଦର ଦ୍ୱିଗୁଣିତ ହୋଇଛି । ହେଲେ ଚାଷୀଟିଏ ଠିକ୍ ସେହି ଜାଗାରେ ରହିଯାଇଛି । ତାର ପରିଶ୍ରମର ମୂଲ୍ୟ ମିଳୁନଥିବାରୁ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀଙ୍କ ଉତ୍ପାଦନ ମୂଲ୍ୟ ଓ ଶଷ୍ୟକୁ ଗଚ୍ଛିତ ରଖିବାକୁ ସରକାରଙ୍କୁ ସରକାରଙ୍କୁ ସେମାନେ ନିବେଦନ କରିଛନ୍ତି ।

Comments are closed.