www.samajalive.in
Monday, December 15, 2025
24.1 C
Bhubaneswar

ଭୁଶୁଡ଼ିଲା କାନ୍ଥ; ଚାଲିଗଲା ୨ଶିଶୁଙ୍କ ଜୀବନ

ମୟୂରଭଞ୍ଜ: ଉଦଳା ନିକଟସ୍ଥ ରାଇଡିହି ଗାଁରେ ଏକ ଅଘଟଣ ଘଟିଛି । ଗୋଟିଏ କଚ୍ଚାଘର କାନ୍ଥ ଭୁଶୁଡ଼ିପଡ଼ିବା ଫଳରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି । ଉଭୟ ମୃତ ଭାଇଭଉଣୀ ନାବାଳକ ବୋଲି ଜଣାପଡ଼ିଛି । ଭାଇର ବୟସ ୬ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୧୦ ବର୍ଷ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁ ଗତକାଲି ବିଳମ୍ବିତ ରାତିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ମା’ ପାଖରେ ୨ଜଣ ଝିଅ ଓ ଜଣେ ପୁଅ ଶୋଇଥିଲେ । ଶୋଇଥିବା ବେଳେ ହଠାତ୍‌ କାନ୍ଥଟି ଭୁଶୁଡ଼ିପଡ଼ିଥିଲା । ଯାହା ଦ୍ୱାରା ଦୁଇ ପିଲାଙ୍କ ମୃତ୍ୟୁ ହୋଇଛି । ହେଲେ ମା’ ଓ ଅନ୍ୟ ଜଣେ ଝିଅଙ୍କ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories