www.samajalive.in
Monday, December 15, 2025
16.1 C
Bhubaneswar

ପୁଣି କଲ୍ୟାଣସିଂହପୁରରେ ଚୋରି, ସୁରାକ ପାଉନି ପୁଲିସ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ୨୦ ଦିନର ବ୍ୟବଧାନରେ ୪ଟି ଘରୁ ଚୋରି ହୋଇଥିବା ବେଳେ ଚୋରର ସୁରାକ ପାଉନି ପୁଲିସ ।  ତ୍ରିପାଠୀ ସାହିରେ ଗିରିଜା ତ୍ରିପାଠୀଙ୍କ ଘରେ ଭଡାରେ କିଛି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ରହି ବ୍ୟବସାୟ କରି ଆସୁଥିଲେ । ଗତକାଲି ବିଳମ୍ବିତ ବ୍ୟବସାୟୀ ଶ୍ରୀନିବାସ ରେଡିଙ୍କ ମାଆ ନାଗମଣି ତୋଟା ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ତିନିଜଣ ଦୁର୍ବୃତ୍ତ ମାନେ ହଠାତ ଆସି ନାଗମଣି ତୋଟାଙ୍କ ବେକରେ କପଡା ଭିଡିଦେଇ ଟଙ୍କା କେଉଁଠି ଅଛି କୁହ । ନଚେତ ଜୀବନରେ ମାରିଦେବୁ ବୋଲି ଧରିଥିବା ଛୁରି ଦେଖାଇ ଧମକ ଦେଇଥିଲେ ।

ମହିଳା ଜଣକ ଭୟଭୀତ ହୋଇ ରୋଷେଇ ଘରେ ରଖିଥିବା ଲୁଗାପଟା ଭିତରେ ଟଙ୍କା ବ୍ୟାଗ ବାହାର କରି ବଢାଇଦେଇଥିବା ମହିଳା ଜଣଙ୍କ କହିଛନ୍ତି । ସେଥିରେ ପ୍ରାୟ ୨ଲକ୍ଷ ୮୦ ହଜାର ଟଙ୍କା ରଖିଥିବା ମହିଳା ଜଣଙ୍କ ସୂଚନା ଦେଇଛନ୍ତି । ଘରେ ଚୋରି ହୋଇଥିବା ବେଳେ ସୋଇରହିଥିବା ଅନ୍ୟ ୫ଜଣ ପୁରୁଷ ଜାଣିପାରିନଥିଲେ । ମାଆ ଉଠାଇ ଘଟଣା ସମ୍ପର୍କରେ କହିବା ପରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା । ଅଭିଯୋଗକୁ ଭିର୍ତ୍ତି କରି ଥାନା ଏସ ଆଇ ସଞ୍ଜୟ କୁମାର ମୁର୍ମୁ , ଶିବ ପ୍ରସାଦ ସାହୁ, ଅନୁସନ୍ଧାଣି କୁକୁର ଓ ସାଇଣ୍ଟିପିକ ଦଳ ପହଞ୍ଚି  ତଦନ୍ତ କରିଥିଲେ ।

- Advertisement -

ପ୍ରାୟ ୨୦ ଦିନ ମଧ୍ୟରେ ଚାରଟି ସ୍ଥାନରେ ଚୋରି ହୋଇଥିଲା । ପ୍ରଥମ ଦୋକାନରେ ଚୋରାଇଥିବା ଚୋରକୁ ସିସିଟିଭି ଫୁଟେଜ ମାଧ୍ୟମରେ ଧରିଥିବା ବେଳେ ଅନ୍ୟ ତିନିଘରେ  ଚୋରି ହୋଇଥିବା ଲୁଟେରାଙ୍କ ସୁରାକ ପାଉନାହିଁ ପୁଲିସ । ଯାହାଫଳରେ କଲ୍ୟାଣସିଂହପୁର ସହରବାସୀ କୁକୁଆଭୟରେ ରହିଛନ୍ତି । ଏସମ୍ପର୍କରେ ଏସ ଆଇ ସଞ୍ଜୟ କୁମାର ମୁର୍ମୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories