www.samajalive.in
Monday, December 15, 2025
24.1 C
Bhubaneswar

ସତ୍ୟବାଦୀରେ ବନ୍ୟା ପରିସ୍ଥିତି ଅସମ୍ଭାଳ

ସାକ୍ଷୀଗୋପାଳ :  ସତ୍ୟବାଦୀ ବ୍ଲକରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ବନ୍ୟା ବିପନ୍ନ ମାନେ ଜୀବନ ବିକଳରେ ସୁରକ୍ଷିତ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଘରଦ୍ୱାର ଛାଡି ଚାଲି ଯାଇଛନ୍ତି। ପ୍ରଶାସନ ତରଫରୁ ବିପନ୍ନ ମାନଙ୍କୁ ନିକଟସ୍ଥ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କରେ ଥଇଥାନ କରାଯାଇଛି।

ପୂର୍ବ ସତ୍ୟବାଦୀ ଅଞ୍ଚଳରେ  ଧନୁଆ ଓ କୁଶଭଦ୍ରା ନଦୀର ବନ୍ୟାଜଳ ପ୍ରଭାବରେ  ନଳିତା ପହଣ୍ଡି  ନନ୍ଦି ଗୋରଡ଼ା ବାଲିବସ୍ତ ମାଇନର କେନାଲ ବନ୍ଧ ରାସ୍ତାରେ  ବାଘାସିଂହ କଟ ଓ ଧନୁଆ ନଦୀ ବନ୍ଧର  ପୋଡ଼ପଡା ଏବଂ ଓରୁଆଳ ମଧ୍ୟରେ ୨ଟି  ଘାଇ ହୋଇଛି। ଏହି ଘାଇ ଦ୍ବୟ ଦେଇ  ବନ୍ୟାଜଳ ସତ୍ୟବାଦୀ ବ୍ଲକର କେତକୀପାଟଣା ଓ ବଳରାମ ପୁର ଗଡ଼ ପଞ୍ଚାୟତରେ ପ୍ରବେଶ କରିଅଛି। ଗତକାଲି ବନ୍ୟା ଜଳ  ଦୁବ ପାଟଣା ନାଏକ ସାହି ଓ ବାଲି ଉପର ହରିଜନ ସାହିରେ ପ୍ରବେଶ କରିଥିଲା। ଗ୍ରାମବାସୀ ମାନେ ଜଳବନ୍ଦୀ ହୋଇଥିଲେ।  ଘରେ ବନ୍ୟାଜଳ ପଶିଥିଲା। ଏହି ୨ ଗ୍ରାମର ୧୫୦ରୁ ଅଧିକ ବନ୍ୟା ବିପନ୍ନଙ୍କୁ ଦୁବ ପାଟଣା ବିଦ୍ୟାଳୟ ଓ ବିଶ୍ୱନାଥ ଦେଉଳି ବାତ୍ୟା ଆଶ୍ରୟ ସ୍ଥଳରେ ରଖା ଯାଇଛି। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ମଣ୍ଡଳ  ଉନ୍ନୟନ ଅରକ୍ଷିତ ପ୍ରଧାନ, ଗ୍ରାମ ପଞ୍ଚାୟତ ଅଧିକାରୀ ସୌଭାଗ୍ୟ କର, ଗ୍ରାମ ରୋଜଗାର ସେବକ ସୌଭାଗ୍ୟ କୁମାର ଦାସ, ସରପଞ୍ଚ ବିନତୀ ନାୟକ, ସମିତି ସଭ୍ୟ ସମ୍ପଦ ପରିଡ଼ା, ପୂର୍ବତନ ସରପଞ୍ଚ ବେଣୁଧର ପ୍ରଧାନ ଓ ସାକ୍ଷୀଗୋପାଳ ଦମକଳ କେନ୍ଦ୍ରର ଆଗ୍ନିକ ମାନେ ବନ୍ୟା ବିପନ୍ନ ମାନଙ୍କୁ ସ୍ଥାନାନ୍ତର କରିଥିଲେ।

ଏହି ବିପନ୍ନ ମାନଙ୍କୁ ପ୍ରଶାସନ ତରଫରୁ ଦୈନିକ ୨ ଥର ରନ୍ଧାଖାଦ୍ୟ  ଓ  ଶୁଖିଲା ଖାଦ୍ୟ  ପ୍ରଦାନ  କରା ଯାଉଅଛି। ବିପନ୍ନ ଜନସାଧାରଣ ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ବିଭାଗ ଓ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ପ୍ରାଣୀ ମାନଙ୍କୁ ଗୋଖାଦ୍ୟ ପ୍ରଦାନ କରାଇଛି ।
ସୋମବାର କେତକୀପାଟଣା ପଞ୍ଚାୟତର ବାଲି ଉପର, ବିଶ୍ୱନାଥ ଦେଉଳି, ଅଲଣ୍ଡା ପଡ଼ା, ରୟତ ସାହି, ଦୁବ ପାଟଣା, ପାତ୍ର ସାହି ଓ କେତକୀପାଟଣା ଗ୍ରାମ ପାଣି ଘେରରେ ରହିଛି । ସେମାନେ ବିଶ୍ୱନାଥ ଦେଉଳି ଓ ବାଲି ଉପର ବିପନ୍ନ ବିଶ୍ୱନାଥ ଦେଉଳି ବାତ୍ୟା ଆଶ୍ରୟ ସ୍ଥଳରେ ଆଶ୍ରୟ ନେଇଛନ୍ତି। ଦୁବ ପାଟଣା, ପାତ୍ର ସାହି ଓ ନାୟକ ସାହି ବିପନ୍ନ ମାନେ ଦୁବ ପାଟଣା ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି। ବଳରାମ ପୁର ଗଡ଼ ପଞ୍ଚାୟତର ପୁରୁଣା ବୁଢ଼ାକେରା, ନୂଆ ବୁଢ଼ାକେରା, ୠଦୁ ପୁର ଦଳିତ ସାହି, ବାଲିବସ୍ତ, ଓ ବିଭୂତି ପୋଖରୀ ଗ୍ରାମ  ପାଣି ଘେରରେ ରହିଅଛି। ପ୍ରାୟ ୨ ହଜାର ଲୋକ ପାଣି ଘେରରେ ରହିଛନ୍ତି। ପ୍ରାୟ ୩ ହଜାର ଏକର ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଆଜି ଡେପୁଟି କଲେକ୍ଟର କ୍ଷୀରୋଦ କୁମାର ବେହେରା, ସତ୍ୟବାଦୀ ତହସିଲଦାର ଜୟନ୍ତ  କୁମାର ଜୟ ସିଂହ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରକ୍ଷିତ ପ୍ରଧାନ ଓ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ରଙ୍କ ସମେତ ଅନ୍ୟମାନେ ଏହି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।
ସେହିପରି ପଶ୍ଚିମ ସତ୍ୟବାଦୀ ଅଞ୍ଚଳରେ ଲୁଣା ନଦୀର ପଛୁଆ ପାଣି ବିପଦ ସୃଷ୍ଟି କରିଛି। ଲୁଣା ନଦୀର ବନ୍ୟା ଜଳ ମାଝୀ ପରିଡା ଗଣ୍ଡ ଠାରୁ ଲୁଣା ରତ୍ନଚୀରା ଆଡ଼ ନଈ ଦେଇ  ଶୁକଳ, ମାର୍କଣ୍ଡ ପଡ଼ା, ଭାଇଲି ପୁର ଅତିକ୍ରମ କରି ଖଣ୍ଡିଘର ନିକଟରେ ଭାର୍ଗବୀ ନଦୀରେ ମିଶିଥାଏ। ଖଣ୍ଡିଘର ଠାରେ ଏହି ବନ୍ୟା ଜଳ ନିଷ୍କାସିତ ହୋଇ ପାରୁ ନାହିଁ। ଏହି ବନ୍ୟା ଜଳ ପଛୁଆ ପ୍ରବାହିତ ହୋଇ ଆରିହଁ ନିକଟରେ ନରେନ୍ଦ୍ର ପୁର ଖଲାସିରେ ପ୍ରବେଶ କରୁଛି। ଏହି ବନ୍ୟା ଜଳ ନରେନ୍ଦ୍ର ପୁର ଓ ଆଳିସ ପଞ୍ଚାୟତରେ ମାଡୁଛି। ମଞ୍ଜାରୀ ନାଳ ଦାସ ବିଦ୍ୟାଧରପୁର ଠାରୁ ପ୍ରବାହିତ ହୋଇ ଶୁକଳ ନିକଟରେ ଲୁଣା ରତ୍ନଚୀରା ଆଡ଼ ନଈରେ ମିଶିଛି। ଏହି ନାଳର ବନ୍ୟା ଜଳ ନିଷ୍କାସିତ ହୋଇ ନ ପାରି ସତ୍ୟବାଦୀର ଶୁକଳ, ମଧୁବନ ଓ ଦାସ ବିଦ୍ୟାଧର ପୁର ପଞ୍ଚାୟତରେ ପ୍ରବେଶ କରୁଛି। ଲୁଣା ରତ୍ନଚୀରା ଆଡ଼ ନଈର ସଙ୍ଗମ ସ୍ଥଳ ମାଝୀ ପରିଡ଼ା ଗଣ୍ଡ ନିକଟରେ ଷୋଳମାଣ ଘାଇ ଠାରେ ନିଷ୍କାସିତ ହୋଇ ପାରୁ ନାହିଁ। ଏହି ବନ୍ୟା ଜଳ ଯୋଗୁଁ ବାମ ବରଡ଼ା, ଦୋଖଣ୍ଡ ପୁର, ଦକ୍ଷିଣ କେରା ଗ୍ରାମ ଜଳମଗ୍ନ ହୋଇ ଗଲାଣି। ସେହିପରି ଏହି ବନ୍ୟା ଜଳ ଡେଲାଙ୍ଗ ବ୍ଲକର ଧାନକେରା ଓ ଅଭୟମୁଖୀ ପଞ୍ଚାୟତ ଅଞ୍ଚଳରେ ମଧ୍ୟ ମାଡ଼ି ଗଲାଣି।
ବନ୍ୟାଞ୍ଚଳରେ  ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳରେ ବିପନ୍ନ ମାନଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ଆବଶ୍ୟକ। ନିୟମିତ ବିଦ୍ୟୁତ ବିଭ୍ରାଟ ଲାଗି ରହିଥିବାରୁ ଜେନେରେଟର ବ୍ୟବସ୍ଥା କରିବାର ଆବଶ୍ୟକତା ଦେଖା ଦେଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories