www.samajalive.in
Wednesday, December 10, 2025
16.1 C
Bhubaneswar

ବିଧାୟକଙ୍କ ୫-ଟି ବିଦ୍ୟାଳୟ ପରିଦର୍ଶନ, ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ

ଚୌଦ୍ୱାର: ମୋ ସ୍କୁଲ ଅଭିଯାନ ଯୋଜନାରେ ଚୌଦ୍ୱାର ଅଞ୍ଚଳରେ ୫-ଟି ରୂପାନ୍ତରିକରଣ ଯୋଜନାରେ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳୟ ଗୁଡ଼ିକୁ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ପରିଦର୍ଶନ କରି ଏହାର ଭିତ୍ତିଭୂମି ଓ କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଶ୍ରୀ ବିଶ୍ୱାଳ ଚୌଦ୍ୱାର ପୌରପାଳିକା ୬ନମ୍ବର ୱାର୍ଡ଼ ମୁଣ୍ଡମାଳସ୍ଥିତ ଝୋଟେଶ୍ୱର ହାଇସ୍କୁଲ, ଓଟିଏମ୍ କଲୋନୀସ୍ଥିତ ଗୋପବନ୍ଧୁ ହାଇସ୍କୁଲ, ଦୌଲତାବାଦସ୍ଥିତ ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଣୀପଦା ବନ୍ଦାଳୋସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଏସବୁ ବିଦ୍ୟାଳୟର ଭିତ୍ତିଭୂମି, ଶ୍ରେଣୀଗୃହ,ଶିକ୍ଷାଦାନ ବ୍ୟବସ୍ଥା, ସ୍ୱଚ୍ଛତା, ପାଠାଗାର, ଶୌଚାଳୟ,ସ୍ମାର୍ଟ କ୍ଲାସ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଏହି ଅବସରରେ ସେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ପ୍ରଧାନଶିକ୍ଷକ , ଶିକ୍ଷକ ଓ,ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ବିଦ୍ୟାଳୟ ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ବିଶ୍ୱାଳ ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ଟାଙ୍ଗୀ-ଚୌଦ୍ୱାର ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ର, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା, ରାଜ୍ୟ ଯୁବ ସହ ସମ୍ପାଦକ ଅର୍ଜୁନ ପଣ୍ଡା, ଜିଲା ପରିଷଦ ସଦସ୍ୟା ଜ୍ୟୋସ୍ନାନାରାଣୀ ସୁବୁଦ୍ଧିରାୟ,କାଉନସିଲର ଦୀଲ୍ଲିପ ସାହୁ, ଅଜୟ କୁମାର ବେହେରା, ଆଶୁତୋଷ ଦାସ, ଅଜୟ ବେହେରା, ବିନୋଦିନି ରାଉତରାୟ,ମନୋଜ ମହାନ୍ତି, ଭାସ୍କର ରାଉତାରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories