ଚୌଦ୍ୱାର: ଚାରବାଟିଆ ହାଉସିଂ ବୋର୍ଡ଼ସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଚଣ୍ଡୀଖୋଲସ୍ଥିତ ସାଇନେତ୍ର ଚକ୍ଷୁ ହସପିଟାଲ ଏବଂ ଚୌଦ୍ୱାର ଆନନ୍ଦମୟ ସଂଗଠନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ୧୭୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଔଷଧ ଓ ଚଷମା ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ୨୦ ଜଣଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅସ୍ତ୍ରୋପଚାରପାଇଁ ସାଇନେତ୍ର ହସପିଟାଲକୁ ପଠା ଯାଇଥିଲା। ସଂଗଠନର ସଭାପତି ଶୈଳେନ୍ଦ୍ର ମୁଖିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଉଦଘାଟନ କରିଥିଲେ। ସମାଜସେବୀ ସହଦେବ ବରାଳ, ଉପ ସଭାପତି ଆଦିକନ୍ଦ ମହାନ୍ତି, ବାସୁଦେବ ସାମଲ, ଚେରୁ ପ୍ରଧାନ, ଶରତ କୁମାର ଦାସ, ମନୋରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
Popular Categories



