www.samajalive.in
Monday, December 15, 2025
24.1 C
Bhubaneswar

ଲଗାଣ ବର୍ଷାରେ ଭୁଶୁଡିଲା ଘର

ଫୁଲବାଣୀ: କନ୍ଧମାଳ ଜିଲାରେ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଲଗାଣ ବର୍ଷାରେ କାହାର ଜମି ବୁଡି ଫସଲ ନଷ୍ଟ ହୋଇଛି ତ କାହାର ଘର ଭିତରେ ପାଣି ପଶି ଯାଇଛି। ଆଉ କାହାର ଘର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଲୋକେ ବାସହରା ହୋଇପଡ଼ିଛନ୍ତି। ଏମିତି ଏକ ଦୁଃଖ ଭରା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ବବଡଙ୍ଗିଆ ଗ୍ରାମରେ ଘର ଭୁଶୁଡ଼ି ଯିବା ଫଳରେ ଧାନ ଚାଉଳ ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଛି। ଦୁଃଖ କହିଲେ କୁନି କହଁର ସ୍ବାମୀ ତିନି ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। କିନ୍ତୁ ପରିବାରରେ ରହୁଛନ୍ତି ୪ ଜଣ ଛୋଟ ଛୋଟ ପୁଅ ଓ ଝିଅ ମିଶି ୬ ପରିବାର। ଘର ଖଣ୍ଡିଏ ପାଇଁ ବାରମ୍ବାର ସରକାରଙ୍କୁ ନିବେଦନ କରିଥିଲେ ମଧ୍ୟ ମିଳି ନଥିବା କହିଛନ୍ତି। ବର୍ତ୍ତମାନ ଯୋଉ ଘର ସାହାଭରଷା ତାହା ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି। ମୁଣ୍ଡ ଗୁଞ୍ଜିବାକୁ ପରିବାର ପାଇଁ ଘର ନାହିଁ। ଏ ପର୍ଯ୍ୟନ୍ତ କୈାଣସି ସରକାର ତରଫରୁ ସହାୟତା ମିଳିନି। କୁନି କହଁର ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ ନାରାୟଣ କହଁର, ଶ୍ରୀକାନ୍ତ କହଁର, ଜଗନ୍ନାଥ କହଁର,ମାନସ କହଁର,ମାଣିଙ୍କି କହଁର ଦାବି କରିଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories