www.samajalive.in
Monday, December 15, 2025
14.1 C
Bhubaneswar

କନ୍ଧମାଳରେ ଲଗାଣ ବର୍ଷା: ପଲିଥିନ୍ ଭରସାରେ ଏବେ ଶହ ଶହ ପରିବାର

ଫୁଲବାଣୀ:ସମଗ୍ର କନ୍ଧମାଳ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ରବିବାର ଏକାଧିକ ଥର ବର୍ଷା ସହିତ ପବନ ହୋଇଛି। ଏହି ଲଗାଣ ବର୍ଷାରେ ଜିଲାର ପାଞ୍ଚଶହରୁ ଉର୍ଦ୍ଧ ଘର ଭାଙ୍ଗିଯାଇଥିବା ବେଳେ ଏବେ ପୀଡ଼ିତ ପରିବାରମାନଙ୍କ ପାଇଁ ସାହା ପାଲଟିଛି ପଲିଥିନ୍। ସମଗ୍ର ଜିଲାରେ ତହସିଲ୍ ପକ୍ଷରୁ ଏଥିରେ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ୍ ଖଣ୍ଡେ ଖଣ୍ଡେ ଯୋଗାଇ ଦିଆଯାଉଥିବା ବେଳେ ଅନେକ କ୍ଷତିଗ୍ରସ୍ତ ମଧ୍ୟ ଏବେ ପର୍ଯ୍ୟନ୍ତ ପ୍ରଶାସନ ପାଖରେ ପହଞ୍ଚିପାରିନାହାନ୍ତି। ବିଭିନ୍ନ ନଦୀ ଓ ନାଳରେ ଜଳସ୍ରୋତ ଅଧିକ ଥିବା ଯୋଗୁଁ ନଦୀ ଓ ନାଳ ପାର ହୋଇ କ୍ଷତିଗ୍ରସ୍ତ ମାନେ ପ୍ରଶାସନ ନିକଟରେ ପହଁଚି ପାରୁନଥିବାର ଖବର ମିଳିଛି। ଏପରିକି ପ୍ରଶାସନ ମଧ୍ୟ କ୍ଷୟକ୍ଷତି ଆକଳନ ପାଇଁ ଅନେକ ଅଞ୍ଚଳରେ ପହଞ୍ଚି ପାରୁନଥିବା ଜଣାଯାଇଛି। ଆଜି ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କ୍ଷତିଗସ୍ତଙ୍କୁ ତୁରନ୍ତ ପଲିଥିନ୍ ପ୍ରଦାନ କରାଯାଇଛି। ଏନେଇ ଜିଲାର ସମସ୍ତ ତହସିଲ୍ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବେଳେ ଆଜି ଫୁଲବାଣୀ ତହସିଲ୍ ପକ୍ଷରୁ ୮୭ ଜଣକୁ ପଲିଥିନ୍ ଯୋଗାଇ ଦିଆଯାଇଥିବା ବେଳେ ରାଇକିଆରେ ୧୪ ଜଣ, କ.ନୂଆଗାଁରେ ୩୮୦ ଜଣ, ଫିରିଙ୍ଗିଆରେ ୮୦ , ବାଲିଗୁଡ଼ାରେ ୩୭୭, ଚକାପାଦରେ ୨୩, ଟିକାବାଲିରେ ୬୩, ଖଜୁରିପଡ଼ାରେ ୧୦୪ଜଣ, ତୁମୁଡ଼ିବନ୍ଧରେ ୯୦, କୋଟଗଡ଼ରେ ୩୫, ଦାରିଙ୍ଗବାଡ଼ିରେ ୩୫, ଜି.ଉଦୟଗିରିରେ ୪୧ ଜଣ ଏଭଳି ସମଗ୍ର ଜିଲାରେ ୧୩୨୯ଜଣଙ୍କୁ ପଲିଥିନ୍ ଯୋଗାଇ ଦିଆଯାଇଥିବା ଜିଲା ଆପାତକାଳନୀ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ସୂଚନା ଦେଇଛନ୍ତି। ସେହିଭଳି ଳଗାଣ ବର୍ଷା ଫଳରେ ଜିଲାରେ ୧୦ଟି ଘର ସଂପୂର୍ଣଭାବେ ମାଟିରେ ମିଶିଥିବା ବେଳେ ୪୮୮ଟି କଚାଘର ଓ ୮୧ଟି କୁଡ଼ିଆ ଘର ଏବଂ ୨୯ଟି ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଥିବାର ରିପୋର୍ଟରୁ ସୂଚନା ମିଳିଛି। ତେବେ ଅନେକ ଅଞ୍ଚଳରେ ଜଳ ଏବେ ମଧ୍ୟ ଭରି ହୋଇ ରହିଥିବା ବେଳେ ବିଶେଷ କରି ଅଞ୍ଚଳବାସୀ ପାନିୟ ଜଳପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରକାଶଯେ ଜିଲାରେ ଶତାଧିକ ଗ୍ରାମବାସୀମାନେ ଆଜି ପର୍ଯ୍ୟନ୍ତ ନଦୀ ଓ ନାଳ ଜଳ ଉପରେ ସଂପୂର୍ଣ୍ଣଭାବେ ନିର୍ଭର କରୁଛନ୍ତି। ବର୍ତ୍ତମାନ ବର୍ଷା ଯୋଗୁଁ ଉକ୍ତ ସବୁ ନଦୀ ଓ ନାଳ ସଂପୂର୍ଣଭାବେ ଗୋଳିଆ ହୋଇଥିବା ଯୋଗୁଁ ଲୋକେ ପାନିୟ ଜଳ ପାଇଁ ଏହି ସମସ୍ୟାରେ ପଡ଼ିଛନ୍ତି। ଆଜି ବର୍ଷା କମିଥିବା ଯୋଗୁଁ ଅନେକ କ୍ଷତିଗ୍ରସ୍ତ ପରିବାର ପୁଣିଥରେ ଅଣ୍ଟାଭିଡ଼ିବା ପାଇଁ ସଜବାଜ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ତରରେ କ୍ଷତି ଆକଳନ ପାଇଁ ଉଦ୍ୟମ ଜାରି ରହିଛି। ସେହିଭଳି ବର୍ଷା କାରଣ ଯୋଗୁଁ ଶହ ଶହ ଏକର ଜମି ବାଲିଚର ମାଡ଼ିଥିବା ବେଳେ ବର୍ଷାର ପ୍ରଭାବରେ ଶହ ଶହ ପରିବା ଚାଷୀ ମଧ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। କୃଷି ବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ ଏନେଇ କ୍ଷତିର ଆକଳପ ଆରମ୍ଭ ହୋଇଥିବା ବେଳେ ତୁରନ୍ତ ଆକଳନ ପାଇଁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ କ୍ଷେତ୍ର କର୍ମଚାରୀ ମାନେ ତରବରିଆ ଭାବେ ଘରେ ବସି ରିପୋର୍ଟ ନଦେଇ ବାସ୍ତବିକ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ଅନେକ ଚାଷୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଳଗାଣ ବର୍ଷର ପ୍ରଭାବରେ ଅନେକ ଅଞ୍ଚଳରେ ପାଣି କମିଥିଳେ ମଧ୍ୟ ଏହାର ପରବର୍ତ୍ତି ସମୟରେଯେଉଁ ସମସ୍ୟା ଦେଖାଯାଇଥାଏ ତାହାକୁ ନେଇ ଅନେକ ସଢୁଥିବା ବେଳେ ୪ର୍ଥ ଦିନରେ ମଧ୍ୟ ଫୁଲବାଣୀ ପୌର ପରିଷଦ ଠାରୁ ୨ ନମ୍ବର ୱାର୍ଡ଼ ବିଛିନ୍ନ ହୋଇ ରହିଛି। ପୌର ପରିଷଦର ବିଭିନ୍ନ ୱାର୍ଡ଼ ରୁ ୱାର୍ଡ଼କୁ ପୌରାଧ୍ୟକ୍ଷା ଶ୍ରୀମତି ସ୍ମିତାରାଣି ମହାନ୍ତି ବୁଲି କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚୁଥିବା ବେଳେ ବିଭିନ୍ନ ୱାର୍ଡ଼ରେ କାଉନସିଲରମାନେ ମଧ୍ୟ ନିଜ ନିଜ ଓାର୍ଡ଼ରେ ବୁଲି କ୍ଷତିଗସ୍ତ ପରିବାରକୁ ଭେଟି ଆଶ୍ବସନା ଦେଉଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories